Below header

କରୋନା ଭାଇରସ ଯୋଗୁ ଚୀନର ବୁହାନରେ ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ?? ଅସ୍ଥିକଳସରୁ ବଢୁଛି ସନ୍ଦେହ

ଚୀନର ବୁହାନ ସହରରେ କରୋନା ଭାଇରସ ଯୋଗୁ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। କରୋନା ଆରମ୍ଭ ହେବା ପରଠାରୁ ଏବେ ପର୍ଯ୍ୟନ୍ତ ବୁହାନର ଶ୍ମଶାନରେ ୫୦୦୦ଟି ଅସ୍ଥି କଳସ ଦେଖିବାକୁ ମିଳିଛି। ଗୋଟେ ପଟେ ଏତେ ସଂଖ୍ୟକ ଅସ୍ଥିକଳସ ଓ ଅନ୍ୟପଟେ ଚୀନ କହୁଛି ମାତ୍ର ୩୩୦୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସବୁ ପ୍ରମାଣ ଦେଖିବା ପରେ ବୁହାନରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି।

The first American coronavirus death is reported in the Wuhan ...

ରିପୋର୍ଟ ମୁତାବକ ଚୀନୀ ସୋସିଆଲ ମିଡିଆରେ ପ୍ରସାରିତ ଖବର ମୁତାବକ ଏହି ମାରାତ୍ମକ ଭାଇରସ ଯୋଗୁ ବୁହାନର ହଜାର ହଜାର ପରିବାର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ସେହିପରି ଆଉ ଏକ ବିଦେଶୀ ମିଡିଆ ଦାବି କରିଛି ଯେ ବୁହାନରେ ଗୋଟିଏ ଦିନ ଅନ୍ତରାଳରେ ୫୦୦୦ ଲେଖାଏଁ ଅସ୍ଥିକଳସ ଦେଖାଯାଇଛି। ଏଣୁ ବୁହାନରେ କରୋନା ଯୋଗୁ କେତେ ଲୋକଙ୍କ ଜୀବନ ଯାଇଛି ତାହାର ସଠିକ ପ୍ରମାଣ ମିଳିପାରିନାହିଁ।

9th coronavirus death reported in U.S. as virus continues to ...

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ ହୋଇଥିବା କରୋନା ଯୋଗୁ ଏବେ ଇଟାଲୀରେ ମୃତ୍ୟୁ ହାର ସବୁଠାରୁ ଅଧିକ ରହିଛି। ଚୀନରେ କରୋନା ଯୋଗୁ ୩୩୦୦ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଇଟାଲୀରେ ଏବେ ଯାଏଁ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.