Below header

କରୋନା କାରଣରୁ ଲକ ଡାଉନରେ ଜନତା, ନାଚ ଗୀତ କରି ଲୋକଙ୍କ ମନୋରଞ୍ଜନ କରୁଛି ପୋଲିସ

କରୋନା ପାଇଁ ଲକ୍‌ ଡାଉନ୍‌ ସ୍ପେନ୍‌ । ଘରୁ ବାହାରୁ ନାହାନ୍ତି ଲୋକେ । ରାସ୍ତା ଘାଟ ଖାଁ ଖାଁ । ତେବେ ଘରେ ରହୁଥିବା ଲୋକଙ୍କ ପାଇଁ  ଭିନ୍ନ ଏକ ପଦକ୍ଷେପ ନେଇଛି ସ୍ପେନ ପୋଲିସ । ଲୋକେ ଘରେ ରହି ବୋର୍‌ ହେବେନି । ବିଶେଷ କରି ବୃଦ୍ଧ ବୃଦ୍ଧା ମାନେ ଘରେ ରହୁଥିବାରୁ କିପରି ଘରେ ରହି ବୋର୍‌ ନେହେବେ, ସେଥିପାଇଁ ପୋଲିସ ପକ୍ଷରୁ ନାଚି ଗୀତ ଗାଇ ଲୋକଙ୍କୁ ମନୋରଞ୍ଜନ କରାଯାଉଛି । କହିରଖିବା ଉଚିତ ହେବକି, ବିଭିନ୍ନ ୟୁରୋପୀୟ ଦେଶ ଗୁଡିକରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ସ୍ପେନ, ଇଟାଲୀ ପରି ଦେଶ ଗୁଡିକରେ ପ୍ରତିଦିନ ଶହ ଶହ ଲାକଙ୍କ ଜୀବନ ଯାଉଛି ।

ଏପରି ଏକ ମାରାତ୍ମକ ଭାଇରସ ଦାଉରୁ ରକ୍ଷା ପାଇବା ପାଇଁ ହିଁ ସେହି ଦେଶ ଗୁଡିକରେ ଲକ ଡାଉନ ଘୋଷଣା କରାଯାଇଛି । ଲୋକ ଆଉ ଘରୁ ବାହାରି ପାରୁନାହାନ୍ତି । ଏପରି ସ୍ଥିତିରେ ଲୋକଙ୍କ ମାନସିକ ସ୍ଥିତି ବିଗିଡି ଯିବା ସ୍ୱାଭାବିକ | ଲୋକଙ୍କୁ ଏପରି ସ୍ଥିତିରୁ କିଛିଟା ମୁକୁଳାଇବା ପାଇଁ ସ୍ପେନ ପୋଲିସ ପକ୍ଷରୁ ଏପରି ଏକ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.