Below header

କାରୋନାର କମ୍ପନ, ସ୍ପେନର ରାଜକୁମାରୀ ମାରିଆଙ୍କର କାରୋନା ଭାଇରସରେ ମୃତ୍ୟୁ

ସ୍ପେନର ରାଜା ଫିଲିପ-14ଙ୍କ ସମ୍ପର୍କୀୟ ଭଉଣୀ ଓ ବାରବାନ-ପାର୍ମାର ରାଜକୁମାରୀ ମାରିଆ ଟେରେସାଙ୍କର ଶନିବାର କାରୋନା ଭାଇରସ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଛି। ୮୬ ବର୍ଷୀୟା ମାରିଆ ଗୁରୁବାର ଦିନ ହିଁ କାରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ଗତ ତିନି ଦିନ ହେବ ଭେଣ୍ଟିଲେଟରରେ ଥିଲେ। ସାରା ଦୁନିଆରେ ରାଜକୀୟ ପରିବାରରେ କାରୋନା ଭାଇରସର ଏହି ମାମଲା ପ୍ରଥମ ମୃତ୍ୟୁ।

ମାରିଆଙ୍କ ଭାଇ ଏକ ଫେସବୁକ ପୋଷ୍ଟ ଜରିଆରେ ନିଜ ଭଉଣୀଙ୍କର ଦେହାନ୍ତ ଖବର ଜଣାଇଥିଲେ। ମାରିଆଙ୍କ ଅନ୍ତିମ ସଂସ୍କାର ଆସନ୍ତା ଶୁକ୍ରବାର ମାଦ୍ରୀଦରେ କରାଯିବ। ଏହି ଫେସବୁକ ପୋଷ୍ଟ ଅନୁଯାୟୀ ମାରିଆଙ୍କ ମୃତ୍ୟୁ ପ୍ୟାରିସରେ ହୋଇଛି।

mariaaସ୍ପେନର ଅବସ୍ଥା ବହୁତ ଶୋଚନୀୟ

ସ୍ପେନରେ କାରୋନା ଭାଇରସ ମହାମାରୀ ଦ୍ୱାରା ଗତ ୨୪ ଘଣ୍ଟାରେ ୮୪୪ ଲୋକଙ୍କର ମୃତ୍ୟୁ ହେବା ପରେ ଏହି ସଂକ୍ରମଣ କାରଣରୁ ମୃତ୍ୟୁ ସଂଖ୍ୟା ବଢି ଶନିବାର ୫,୯୮୨ରେ ପହଁଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୭୩ ହଜାରରୁ ଅଧିକ ହୋଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.