ଜୋତାରୁ ମଧ୍ୟ ବ୍ୟାପିପାରେ କରୋନା ସଂକ୍ରମଣ, ୫ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ ଭାଇରସ: ରିସର୍ଚ୍ଚ

କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ରହିଛି। ପ୍ରତିଦିନ କରୋନା ପଜେଟିଭର ନୂଆ ନୂଆ ମାମଲା ଦେଖିବାକୁ ମିଳୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଲୋକ ସଫା ସୁତରା, ସାମାଜିକ ଦୂରତ ଇତ୍ୟାଦି ଉପରେ ଗୁରୁତ୍ୱ ଦେଉଛି। କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ସାରା ପୃଥିବୀରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରାଯାଉଛି। କରୋନା କିଭଳି ସଂକ୍ରମିତ ହେଉଛି ସେ ନେଇ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଛି। ତେବେ ଜୋତା ଏବଂ ଚପଲ ଦ୍ୱାରା ମଧ୍ୟ କରୋନା ସଂକ୍ରମଣ ହୋଇଥାଏ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

shoes

ବାହାରେ ବୁଲୁଥିବା ସମୟରେ ସଭିଏଁ ଜୋତା ଅବା ଚପଲ ପିନ୍ଧିଥାନ୍ତି। ଜୋତା ଓ ଚପଲର ସୋଲ୍ ଦ୍ୱାରା ମଧ୍ୟ କୋରାନା ଭୂତାଣୁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। କରୋନା ସଂକ୍ରମିତଙ୍କ ଛେପ, ଖଙ୍କାର ଯଦି ବାହାରେ ପଡ଼େ, ତେବେ ଏହାକୁ ଅନ୍ୟ କେହି ଚପଲ ଅବା ଜୋତାରେ ମାଡ଼ିବାର ଆଶଙ୍କା ରହିଥାଏ। ଏପରି ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୋତା ଓ ଚପଲରେ ଭୂତାଣୁ ତାଙ୍କ ଘର କିମ୍ବା ଯାଉଥିବା ସୁପର ମାର୍କେଟ୍, ଶପିଂ ମଲ୍, ହସ୍ପିଟାଲ ବିଭିନ୍ନ ସ୍ଥାନକୁ ସହଜରେ ସ୍ଥାନାନ୍ତରିତ ହୋଇଥାଏ। ଚପଲ ଅବା ଜୋତା ସୋଲରେ କରୋନା ଭୂତାଣୁ ୫ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ଫଳରେ ଏହା ଦ୍ୱାରା ସହଜରେ କମ୍ୟୁନିଟି ସଂକ୍ରମଣର ଆଶଙ୍କା ରହିଥାଏ। ଏଭଳି ସଂକ୍ରମଣକୁ ସାଧାରଣତଃ ତୃତୀୟ ଷ୍ଟେଜ୍ ଭାବେ ଧରି ନିଆଯାଇଥାଏ।

corona 2

ଯଦି ଥରେ କମ୍ୟୁନିଟି ସଂକ୍ରମଣ ଆରମ୍ଭ ହୋଇଯାଏ ତେବେ ଏହାକୁ ରୋକିବା କଷ୍ଟକର ବ୍ୟାପାର ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେଣୁ ଲକ୍ଡାଉନ୍ ସମୟରେ ବାହାରକୁ ନ ଗଲେ ଜୋତା ଏବଂ ଚପଲ ଦ୍ୱାରା ସଂକ୍ରମଣର ଆଶଙ୍କା ଯଥେଷ୍ଟ କମ ରହିଥାଏ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.