ଭୋକିଲାଙ୍କ ପେଟକୁ ଦାନା ଯୋଗାଇଲା ଜଟଣୀର ଚକାଡୋଳା ଯୁବଗୋଷ୍ଠୀ, ସମସ୍ତେ କରୁଛନ୍ତି ପ୍ରଶଂସା

ଜଟଣୀ (କେନ୍ୟୁଜ) : ଖୋର୍ଦ୍ଧା ଜିଲ୍ଲା ଜଟଣୀର ଚକାଡୋଳା ଯୁବ ଗେ।ଷ୍ଠୀ ସହରର ଗରିବ, ଭିକ୍ଷୁକ ଓ ବୁଲା କୁକୁର ଗାଇ ଗୋରୁମାନଙ୍କୁ ଖାଦ୍ୟ ପ୍ରସ୍ଥୁତ କରି ଖାଇବାକୁ ଦେଇଛନ୍ତି । ଯୁବକ ନିଜ ନିଜ ଆୟ ମୁତାବକ ଦୀର୍ଘ ୫ ଦିନ ହେବ ସକ୍ଷମ ଅନୁସାରେ ଷ୍ଠେସନ, ବସଷ୍ଟାଣ୍ଡ ଓ ସହରରେ ଏଣେ ତେଣେ ବୁଲୁଥିବା ଲୋକ ଓ ପଶୁମାନଙ୍କୁ ଖାଇବାକୁ ଦେଇଆସୁଛନ୍ତି । ସାରା ଦେଶରେ ଲକଡାଉନ ପରିସ୍ଥିତି ଥିବା ବେଳେ ରାଜ୍ୟର ମଧ୍ୟ ସମାନ ଅବସ୍ଥା,ଏହି ଭଳି ପରିସ୍ଥିତିରେ ଦେଶବାସୀ ମାନଙ୍କୁ ସମସ୍ଥଙ୍କୁ କିଛି ଏହିଭଳି କାର୍ଯ୍ୟ କରିବାକୁ ଚକାଡୋଲା ଯୁବ ଗେ।ଷ୍ଠୀ ଅନୁରୋଧ କରିଛନ୍ତି । ଯୁବଗୋଷ୍ଠୀର ଏପରି କାର୍ଯ୍ୟକୁ ସମସ୍ତେ ପସନ୍ଦ କରିବା ସହିତ ଗୋଷ୍ଠୀରେ ଥିବା ସମସ୍ତ ସଦସ୍ୟଙ୍କୁ ମଧ୍ୟ ଜନସାଧାରଣ ପ୍ରଶଂସା କରିଛନ୍ତି।

ଖୋର୍ଦ୍ଧାରୁ ସଂଗ୍ରାମ କେଶରୀ ହୋତା ଙ୍କ ରିପୋର୍ଟ(କେ ନ୍ୟୁଜ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.