Below header

କୁନି ଚେସ ଖେଳାଳି ଅଶ୍ରୀୟା ଦାସ କରୋନା ଲଢେଇ ପାଇଁ ଦାନ କଲେ 10 ହଜାର ଟଙ୍କା, ଭିଡିଓ ସେୟାର କରି ଲୋକଙ୍କୁ କଲେ ଅପିଲ

ଏତେ କମ ବୟସରେ ବି କରୋନା ଲଢେଇ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ଅଶ୍ରୀୟା ଦାସ । 10 ବର୍ଷୀୟା ଅଶ୍ରୀୟା ଜଣେ ଚେସ ଖେଳାଳି । ଏଭଳି ଗମ୍ଭୀର ସମୟରେ ନିଜ ଦାୟିତ୍ୱକୁ ବୁଝି ସେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 10 ହଜାର ଟଙ୍କା ଦାନ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏକ ଟୁଇଟ ଜରିଆରେ ଅଶ୍ରୀୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସିଏମଙ୍କ ଟୁଇଟ ଉପରେ ଅଶ୍ରୀୟାଙ୍କ ବାପା ପୂର୍ନେନ୍ଦୁ ଦାସ ବି ଧନ୍ୟବାଦ କହିଛନ୍ତି ।

ଅଶ୍ରୀୟା ଏକ ଭିଡିଓ ଜାରି କରି ଲୋକଙ୍କୁ ଅପିଲ କରିଛନ୍ତି କି, ସମସ୍ତେ ନିଜ ଘରେ ରୁହନ୍ତୁ ଏବଂ କରୋନା ଠାରୁ ଦୂରେଇ ରୁହନ୍ତୁ । ବଙ୍ଗାଳି ଭାଷାରେ ଅଶ୍ରୀୟା କହିଛନ୍ତି, ଘରେ ରହି ସମସ୍ତେ କିଛି କିଛି ସମୟ ବ୍ୟବଧାନରେ ହାତ ଧୁଅନ୍ତୁ । ରାସ୍ତାରେ କେଉଁଠି ଥୁକନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ ଏବଂ ହ୍ୟାଣ୍ଡ ସାନିଟାଇଜ଼ାର ବ୍ୟବହାର କରନ୍ତୁ । ସୂଚନାଥାଉ କି, ଅଶ୍ରୀୟା 2019ରେ Uzbekistanରେ ହୋଇଥିବା ଏସିଆନ ସ୍କୁଲ ଚେସ ଚାମ୍ପିୟନସିପରେ ଗୋଲଡ ମେଡାଲ ହାସଲ କରି ଦେଶର ନାଁ ଉଜ୍ଜ୍ୱଳ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.