ମାନହାନି ମାମଲାରେ ରାହୁଳ ଗାନ୍ଧୀଙ୍କୁ ୧୩ ଏପ୍ରିଲ ଯାଏ ମିଳିଲା ଜାମିନ, ୩ ମେ’ରେ ହେବ ପରବର୍ତ୍ତୀ ଶୁଣାଣି
ମାନହାନି ମାମଲାରେ ସୁରତର ମାଜିଷ୍ଟ୍ରେଟ କୋର୍ଟ ରାହୁଳ ଗାନ୍ଧୀଙ୍କୁ ଦେଇଥିବା ୨ ବର୍ଷ ଜେଲ ଦଣ୍ଡ ବିରୋଧରେ ରାହୁଳ ଆଜି ସେସନ୍ସ କୋର୍ଟରେ ଅପିଲ କରିଥିଲେ । କୋର୍ଟ ରାହୁଳଙ୍କ ଅପିଲର ଶୁଣାଣି ଆଗାମୀ ମଇ ମାସ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି । ତେବେ ରାହୁଳଙ୍କୁ ୧୩ ଏପ୍ରିଲ ଯାଏ ଜାମିନ ମିଳିଛି ।

ନୂଆଦିଲ୍ଲୀ : ମାନହାନି ମାମଲାରେ ସୁରତର ମାଜିଷ୍ଟ୍ରେଟ କୋର୍ଟ ରାହୁଳ ଗାନ୍ଧୀଙ୍କୁ ଦେଇଥିବା ୨ ବର୍ଷ ଜେଲ ଦଣ୍ଡ ବିରୋଧରେ ରାହୁଳ ଆଜି ସେସନ୍ସ କୋର୍ଟରେ ଅପିଲ କରିଥିଲେ । କୋର୍ଟ ରାହୁଳଙ୍କ ଅପିଲର ଶୁଣାଣି ଆଗାମୀ ମଇ ମାସ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି । ତେବେ ରାହୁଳଙ୍କୁ ୧୩ ଏପ୍ରିଲ ଯାଏ ଜାମିନ ମିଳିଛି ।
ରାହୁଳ ସୋମବାର ସୁରତରେ ପହଞ୍ଚିଥିଲେ । ତାଙ୍କ ସହ ତାଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଥିବାର ଦେଖାଯାଇଥିଲା । ଏହାଛଡା ରାଜସ୍ଥାନ, ଛତିଶଗଡ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ରାହୁଳଙ୍କ ସହ ରହିଥିଲେ । କଂଗ୍ରେସ ନେତା ରାହୁଳଙ୍କ ସମର୍ଥନରେ ଭରୁଚରୁ ସୁରତ ଯାଉଥିବା କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇଛି ।
#WATCH | Congress leader Rahul Gandhi waves to the crowd as he leaves from District Court, Surat after filing an appeal against his conviction in the defamation case pic.twitter.com/0BmWTMAW0k
— ANI (@ANI) April 3, 2023
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଅର୍ଜୁନ ଖଡଗେ କହିଛନ୍ତି ଯେ ଆମେ କୋର୍ଟ ବିରୋଧରେ କିଛି କହିବୁ ନାହିଁ,ହେଲେ ଅନ୍ୟାୟ ବିରୋଧରେ ଲଢ଼ିବୁ । କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର କହିଲେ ଯେ ରାହୁଳ ଗାନ୍ଧୀ ଥରେ ନୁହେଁ ବାରମ୍ବାର ଦଳିତଙ୍କୁ ଅପମାନ କରିଛନ୍ତି । ଦୁଃଖର କଥା କଂଗ୍ରେସ କ୍ଷମା ମାଗିବା ପରିବର୍ତ୍ତେ ଚାପ ପକାଇବା କାମ କରୁଛି ।