Below header

ଜଙ୍ଗଲରେ ଯାଉଥିଲା ଗାଡି ହଠାତ ସାମ୍ନାରେ ଆସି ବସିଗଲେ ଦୁଇଜଣ ବାଘ, ଆଉ ତାପରେ.. ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ସୋସିଆଲ ମିଡିଆରେ ବାଘର ଭିଡିଓକୁ ବହୁତ ପସନ୍ଦ କରାଯାଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥର ଦୁଇଟି ବାଘ ମିଶି ଏକ ଗାଡିକୁ ବ୍ଲକ କରି ଦେଇଛନ୍ତି । ଯାହାଦ୍ୱାରା ସେ ସେଠାରୁ ଯାଇପାରିବ ନାହିଁ । ଏହି ଭିଡିଓକୁ IFS ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇଟି ବାଘ ଜଙ୍ଗଲ ମଧ୍ୟରେ ରାସ୍ତାରେ ବସି ଯାଉଛନ୍ତି ଯାହାଦ୍ୱାରା ରାସ୍ତାରେ କେହି ଯିବାଆସିବା କରିପାରିବେ ନାହିଁ । ୨୨ ସେକେଣ୍ଡର ଏହି ଭିଡିଓରେ ସୁଶାନ୍ତ ଲେଖିଛନ୍ତି ଯେ ” ଅନେକ ସମୟରେ ବନ ଅଧିକାରୀମାନଙ୍କ ଦ୍ୱାରା ଗସ୍ତ କରାଯାଉଥିବା ରାତି ରୋମାଞ୍ଚକର ଓ ଆଶ୍ଚର୍ଯ୍ୟରେ ଭରା ହୋଇଥାଏ । ଯେତେବେଳେ ଦୁନିଆ ଶୋଇଥାଏ ସେତେବେଳେ ସେମାନେ ଶାନ୍ତିରେ ନିଶ୍ୱାସ ନେବାପାଇଁ ବନାଧିକାରୀମାନେ ଆମ ପ୍ରାକୃତିକ ସମ୍ପଦର ସୁରକ୍ଷା କରିଥାନ୍ତି । ତେବେ ଏହା ଏକ ବୋନସ ଯେ ଏହି ଦୁଇ ବାଘ ଗାଡିକୁ ବ୍ଲକ କରି ଏହା ଜଣାଇବାକୁ ଚାଁହୁଛନ୍ତି ଯେ ଉକ୍ତ ଭୂମିର ମାଲିକ କିଏ ?

ତେବେ ସୁଶାନ୍ତଙ୍କ ଦ୍ୱାରା ସେୟାର କରାଯାଉଥିବା ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ତା ଉପରେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.