ମୃତ୍ୟୁକୁ ଡରୁଛନ୍ତି ଏହି ହଲିଉଡ ଅଭିନେତ୍ରୀ, ସବୁଦିନ ବଞ୍ଚିବା ପାଇଁ ନିଜକୁ କରିପାରନ୍ତି ଫ୍ରିଜ

କରୋନାକୁ ନେଇ ସମଗ୍ର ବିଶ୍ୱ ଥରହର। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବଲିଉଡ ଠାରୁ ହଲିଉଡ ଇଣ୍ଡଷ୍ଟ୍ରୀ ସବୁଜାଗାରେ କରୋନା ନିଜର କାୟା ମେଲାଇଛି। କରୋନା ଯୋଗୁଁ ବଲିଉଡରେ ଅନେକ କୋଟି ଟଙ୍କା କ୍ଷତି ହୋଇଛି। ଫିଲ୍ମର ସୁଟିଂ, ରିଲିଜ ବନ୍ଦ ହୋଇଛି। ଅଭିନେତା, ଅଭିନେତ୍ରୀ ସବୁ ଚୁପ୍‌ ହୋଇବସିଛନ୍ତି। କରୋନା ଯୋଗୁଁ ହଲିଉଡ ଅଭିନେତ୍ରୀ ପ୍ୟାରିସ ହିଲଟନ ନିଜର ମତ ରଖିଛନ୍ତି। ସବୁବେଳେ ଜୀବିତ ରହିବାକୁ ଚାହୁଁଚନ୍ତି, ତେଣୁ ସବୁବେଳେ ନିଜକୁ ଜୀବିତ ରଖିବା ପାଇଁ ସବୁଦିନ ଫ୍ରିଜରେ ବନ୍ଦ ହୋଇପାରିବେ ବୋଲି ପ୍ୟାରିସ କହିଛନ୍ତି।

hilton

ବ୍ରିଟେନର ଏକ କସମୋପଲିଟନ ମାଗାଜିନକୁ ଇଣ୍ଟରଭ୍ୟୁରେ କହିଛନ୍ତି, ମୃତ୍ୟୁ ମୋତେ ସବୁଦିନ ଡରାଉଛି, ମୃତ୍ୟୁ ପରେ କ’ଣ ହେବ ମୋତେ ଜଣାନାହିଁ। ଏଥିପାଇଁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ସନ୍ଧାନରେ ରହିଛନ୍ତି। ନିଜକୁ ଫ୍ରିଜ କରିପାରିବେ। ନଚେତ ଏପରି ମେଡିସିନ ତିଆରି କରିବେ, ଯାହାକୁ ଖାଇକି ଲୋକେ ଜୀବିତ ରହିପାରିବେ।

ପ୍ୟାରିସ ହିଲଟନ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରୁଛନ୍ତି। ସେ ବିନା କସମେଟିକ ସର୍ଜରୀରେ ନିଜର ସୁନ୍ଦରତା ବଜାୟ ରଖିଛନ୍ତି। ପ୍ୟାରିସ ହଲିଉଡ ଇଣ୍ଡଷ୍ଟ୍ର୍ରୀର ଜଣାଶୁଣା ଅଭିନେତ୍ରୀ। ପ୍ୟାରିସ ହଲିଉଡ ଫିଲ୍ମ ‘ହାଉସ ଅଫ୍‌ ଓ୍ଵାକ୍ସ, ଓ୍ଵିଶମାନ ଏବଂ ଦ ହଟି ଆଣ୍ଡ ନଟି’ ଭଳି ଫିଲ୍ମରେ ନଜର ଆସିସାରିଛନ୍ତି। ଏହାଛଡା ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ଏବଂ ସୋସିଆଲ ମିଡିଆରେ ସକ୍ରିୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ପ୍ୟାରିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.