Below header

ବଢିଲା ଶିଳ୍ପପତି ବିଜୟ ମାଲ୍ୟାଙ୍କ ଅଡୁଆ

ନୂଆଦିଲ୍ଳୀ : ଫେରାର ଶିଳ୍ପପତି ତଥା ଲିକର୍ ବାରୋନ୍ ବିଜୟ ମାଲ୍ୟାଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । ଆଜି ବିଜୟଙ୍କ ପ୍ରତ୍ୟପର୍ଣ ନେଇ ଲଣ୍ଡନ କୋର୍ଟରେ ଶୁଣାଣି ହେବା ସହ ଚୁଡାନ୍ତ ରାୟ ଆସିପାରେ । ଏଥିପାଇଁ ସିବଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ ଲଣ୍ଡନ ପହଞ୍ଚିଛନ୍ତି । ଲଣ୍ଡନ କୋର୍ଟରୁ ବିଜୟଙ୍କୁ ଭାରତ ଆଣିବକୁ ଅନୁମତି ନ ମିଳିଲେ ସୁପ୍ରିମକୋର୍ଟରେ ଅପିଲ କରିବାକୁ ସିବିଆଇ ପ୍ରସ୍ତୁତ ରହିଛି ।

ପୂର୍ବରୁ ତାଙ୍କ ଘର ଖାନତଲାସୀ ପାଇଁ ଲଣ୍ଡନ କୋର୍ଟ ଅନୁମତି ଦେଇଥିଲେ । ମାଲ୍ୟା ଷ୍ଟେଟ ବ୍ୟାଙ୍କ ସମେତ ୧୭ଟି ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇ ଆଉ ଫେରାଇ ନାହାନ୍ତି । ୨୦୧୬ ମସିହାରୁ ସେ ଭାରତରୁ ପଳାଇ ଇଂଲଣ୍ଡରେ ଅଛନ୍ତି । ଭାରତ ସରକାର ତାଙ୍କୁ ପଳାତକ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.