Below header

FTII ଫିଲ୍ମ ଏଡିଟର ସହିତ ଖାଲି ପଡିଛି ଅନେକ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଖାଲିପଡିଛି ଫିଲ୍ମ ଏଡିଟର, କ୍ୟାମେରାମ୍ୟାନ୍‌ ପଦବୀ । ଏହି ବିଷୟରେ ଯୋଗ୍ୟତା ରଖିଥିଲେ ୨୯ ମେ ପୂର୍ବରୁ କରନ୍ତୁ ଆବେଦନ ।

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ସୁଯୋଗ । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ଆବେଦନ କରିବା ପାଇଁ ପ୍ରାର୍ଥୀ ftii.ac.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୯ ମଇ, ୨୦୨୩ ରହିଛି ।

ଏହି ଭର୍ତ୍ତି ଜରିଆରେ ୮୪ ପଦବୀ ଭର୍ତ୍ତି କରାଯିବ । ଯେଉଁଥିରେ କ୍ୟାମେରାମ୍ୟାନ, ଫିଲ୍ମ ଏଡିଟର, ମେକଅପ୍‌ ଆର୍ଟିଷ୍ଟ ପଦ ସାମିଲ ।

ପଦବୀ ବୀବରଣୀ : ୮୪

ଜରୁରୀ ତାରିଖ : ପ୍ରାର୍ଥୀ ଆବେଦନ କରିବାର ଶେଷ ତାରିଖ ୨୯ ମେ, ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ୍‌/ଏସଏସସି/ଆଇଟିଆଇ ସାର୍ଟିଫିକେଟ/ ସମ୍ବନ୍ଧୀୟ କ୍ଷେତ୍ରରେ ଡିପ୍ଲୋମା/ ଡିଗ୍ରୀ କରିଥିବା ଜରୁରୀ । ଏହାସହିତ କାର୍ଯ୍ୟକ୍ଷେତ୍ରରେ ଅଭିଜ୍ଞତା ଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୫/୨୭/୩୦/୪୦/୫୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା /ସ୍କିଲ ଟେଷ୍ଟ ଦ୍ୱାରା କରାଯିବ । ଲିଖିତ ପରୀକ୍ଷାରେ ସବୁ ପ୍ରଶ୍ନର ୪୪ଟି ଅପସନ ରହିବ । ଏଥିପାଇଁ ୧୦୦ ମାର୍କର ପରୀକ୍ଷା ଦେବାକୁ ହେବ । ଇଂରାଜୀ, ସାଧାରଣ ଜ୍‌ାନ, କମ୍ପ୍ୟୁଟର ଇତ୍ୟାଦି ପ୍ରଶ୍‌ନପତ୍ର ପଡିବ ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ ftii.ac.in କୁ ଯିବାକୁ ହେବ ।

ଏହାପରେ ହୋମପେଜରେ ଥିବା ରିକ୍ର୍ୟୁଟମେଣ୍ଟ ଲିଙ୍କ ଉପରେ କ୍ଲିକ୍‌ କରିବାକୁ ହେବ ।

ପରେ ଆବଶ୍ୟକ ବିବରଣୀ ସହିତ ଆବେଦନ ପତ୍ର ପୂରଣ କରନ୍ତୁ ।

ଏହାପରେ ଆବଶ୍ୟକ ଦସ୍ତାବିଜ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ଆବେଦନ ଫର୍ମ ଡାଉନଲୋଡ କରି ଶେଷରେ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.ftii.ac.in/uploads/Adv_01-2023-_Final_29-04-2023.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.