Go Firstର ସମସ୍ତ ବିମାନ ମେ’ ୧୯ ଯାଏ ବାତିଲ୍‌

ପରିଚାଳନା ସମ୍ବନ୍ଧୀୟ କାରଣ ଯୋଗୁ ମେ’ ୧୯ ପର୍ଯ୍ୟନ୍ତ ଗୋ ଫାର୍ଷ୍ଟର ସମସ୍ତ ବିମାନକୁ ବାତିଲ୍ କରାଯାଇଛି। ଗୋ ଫାର୍ଷ୍ଟ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛି। ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି ଏୟାରଲାଇନ୍ସ କହିଛି।

ଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରି ୱାଡିଆ ଗ୍ରୁପର କମ୍ପାନୀ କହିଛି ଯେ ବାତିଲ ହୋଇଥିବା ବିମାନରେ ଟିକେଟ୍‌ର ରିଫଣ୍ଡ୍‌ ପୂର୍ବ ପରି ପ୍ରକ୍ରିୟା ଆଧାରରେ ଦିଆଯିବ।

ଗୋ ଫାର୍ଷ୍ଟ କହିଛି କି, ଏହା ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆବେଦନ କରିଛି। ଖୁବ୍‌ ଶୀଘ୍ର ବିମାନ ବୁକିଂ ସୁବିଧା ଆରମ୍ଭ କରାଯିବ। ଗୋ ଫାର୍ଷ୍ଟ କୌଣସି ବି ପ୍ରକାରର ସୂଚନା ପାଇଁ https://bit.ly/42ab9la ଲିଙ୍କ୍ ସେୟାର କରିଛି।

କହି ରଖୁଛୁ ଯେ ୨୦୦୫ରେ ଗୋ ଫାର୍ଷ୍ଟ ଏୟାରଲାଇନ୍ ଆରମ୍ଭ ହୋଇଥିଲା। ଏହା ୱାଡିଆ ଗ୍ରୁପ୍‌ର ଏକ ଏୟାରଲାଇନ୍, ଯାହା ଶସ୍ତା ବିମାନ ସେବା ପ୍ରଦାନ କରୁଥିବା ପ୍ରମୁଖ ବିମାନ କମ୍ପାନୀ ମଧ୍ୟରୁ ଅନ୍ୟତମ। ଏହା NCLT ପାଖରେ ଦେବାଳିଆ ଆବେଦନ ମଧ୍ୟ ଦାଏର କରିଥିଲା।

କମ୍ପାନୀ ମୁତାବକ, ଏହା ବର୍ତ୍ତମାନ କ୍ୟାସ୍‌ ଆଣ୍ଡ୍‌ କ୍ୟାରି ମୋଡ ଅର୍ଥାତ୍‌ ପେମେଣ୍ଟ ପରେ ହିଁ ବିମାନ ଚଳାଇବାରେ ସକ୍ଷମ ଅଛି। ଏହା ଉପରେ ମୋଟ ୬,୫୨୭ କୋଟି ଟଙ୍କା ଋଣ ଭାର ରହିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.