ଶାଶୁକୁ ଫ୍ରାଇଂ ପ୍ୟାନରେ ପିଟି ପିଟି ହତ୍ୟା କଲା ବୋହୂ, ବୃଦ୍ଧ ଶାଶୁଙ୍କ ସେବା କରିବାକୁ ବିରକ୍ତି ହୋଇ ବୋହୂ ନେଲା ଏଭଳି ପ୍ରତିଶୋଧ

ବୃଦ୍ଧ ଶାଶୁଙ୍କ ଦେଖାଶୁଣା କରି କରି ବିରକ୍ତି ହୋଇ ପ୍ରତିଶୋଧ ନେଲା ବୋହୂ । ୮୬ ବର୍ଷୀୟ ଶାଶୁଙ୍କୁ ଫ୍ରାଇଂ ପ୍ୟାନରେ ପିଟି ହତ୍ୟା କଲା ବୋହୂ । ଦିଲ୍ଲୀରେ ଘଟିଛି ଏଭଳି ଘଟଣା ।

ଶାଶୁକୁ ଫ୍ରାଇଂ ପ୍ୟାନରେ ପିଟି ହତ୍ୟା କଲା ବୋହୂ । ଏପରି ଏକ ଅଭାବନୀୟ ଘଟଣା ଦକ୍ଷିଣ ଦିଲ୍ଲୀରେ ଘଟିଛି। ଗତ ୨୮ ତାରିଖରେ ଏହି ଘଟଣା ଘଟିଛି। ୮୬ ବର୍ଷୀୟ ଶାଶୁଙ୍କ ଦେଖାଶୁଣା କରି ବିରକ୍ତି ହୋଇଯାଇଥିବା ବୋହୂ ଶେଷରେ ଏଭଳି କରିଛି ।

ଖବର ମୁତାବକ, ଦୀର୍ଘ ଦିନ ଧରି ହଶି ସୋମ କୋଲକତାରେ ଏକୁଟିଆ ରହୁଥିବା ବେଳେ ତାଙ୍କ ପୁଅ ସୁରଜିତ ନିଜ ପତ୍ନୀ ଓ ଝିଅ ସହ ଦିଲ୍ଲୀରେ ରହୁଥିଲେ। ଅଧିକ ବୟସ ହେବା ଯୋଗୁଁ ହଶି ସୋମ ଏକୁଟିଆ ରହିବା ଅସମ୍ଭବ ହେବାରୁ ସୁରଜିତ ତାଙ୍କୁ ଦିଲ୍ଲୀ ନେଇ ଆସିଥିଲେ। ମାତ୍ର ତାଙ୍କ ପତ୍ନୀ ମା’ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବାକୁ ଜିଦ୍ ଧରିବାରୁ ସେ ନିଜ ଫ୍ଲାଟ ସମ୍ମୁଖ ଏକ ଫ୍ଲାଟକୁ ଭଡ଼ାରେ ନେଇ ସେଠାରେ ନିଜ ମା’ଙ୍କୁ ରଖୁଥିଲେ। ମା’ଙ୍କ ଫ୍ଲାଟରେ ସିସିଟିଭି ପୁଅ ସିସିଟିଭି ମଧ୍ୟ ଲଗାଇଥିଲେ । ଆଉ ମା’ଙ୍କ ଗତିବିଧିକୁ ନଜରରେ ରଖୁଥିଲେ ।

ଗତ ୭ ତାରିଖରେ ସୁରଜିତ ପୋଲିସକୁ ଫୋନ କରି ମା’ ବେହୋସ ଅବସ୍ଥାରେ ପଡ଼ିଥିବା କହିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୋଲିସ ତାଙ୍କ ମୁହଁ ତଥା ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ଥିବା ଦେଖିବାକୁ ପାଇଥିଲା। ଏହାପରେ ପୋଲିସର ସନ୍ଦେହ ଆସିଥିଲା ।

ଏ ନେଇ ପୋଲିସ ସୁରଜିତଙ୍କୁ ପଚରାଉଚରା କରିଥିବା ବେଳେ ସେ ପ୍ରଥମେ କିଛି ଜାଣି ନ ଥିବା କହିଥିଲେ। ଏପରିକି ଘଟଣା ଦିନ ଲାଇନ୍ ନ ଥିବାରୁ ସିସିଟିଭି ଫୁଟେଜ କିଛି ନ ଥିବା କହିଥିଲେ। ଏହାପରେ ପୋଲିସ ଖୋଳତାଡ଼ କରି ହଶି ସୋମଙ୍କ ରୁମକୁ ସୁରଜିତଙ୍କ ପତ୍ନୀ ଯିବା ଆସିବା କରୁଥିବା ଦେଖିବାକୁ ପାଇଥିଲା। ଯାହା ଆଧାରରେ ପୋଲିସ ସନ୍ଦେହ କରି ପଚାରିବାରୁ ସବୁ ସତ ମାନି ନେଇଥିଲା ପୁଅ । ତେବେ ପୋଲିସ କିମ୍ବା ପଡୋଶୀଙ୍କୁ ଏହା ବିଷୟରେ କୌଣସି ମଧ୍ୟ ଆଶଙ୍କା ନଥିଲା ।

ସୁରଜିତଙ୍କ ପତ୍ନୀ ପୋଲିସ ସମ୍ମୁଖରେ ଦେଇଥିବା ବୟାନ ଅନୁଯାୟୀ, ସେ ନିଜ ଶାଶୁଙ୍କୁ ପସନ୍ଦ କରୁ ନ ଥିଲେ। ଏଥିସହ ତାଙ୍କ ସେବା କରିବାକୁ ପଡ଼ୁଥିବାରୁ ସେ ନିଜ କ୍ରୋଧକୁ ସମ୍ଭାଳି ପାରୁ ନ ଥିଲେ। ୨୮ ତାରିଖ ଦିନ ସକାଳ ୧୦.୩୦ରେ ଫ୍ରାଇଂ ପ୍ୟାନ ନେଇ ସୋମଙ୍କ ରୁମ୍‌କୁ ଯାଇଥିଲେ । ସେ ଫ୍ରାଇଂ ପ୍ୟାନ୍‌ରେ ଶାଶୁଙ୍କ ମୁଣ୍ଡକୁ ପ୍ରାୟ ୧୫ରୁ ୨୦ ଥର ପିଟି ପିଟି ହତ୍ୟା କରିଥିବା ପୋଲିସ ସମ୍ମୁଖରେ କହିଥିଲେ। ପୋଲିସ ପଚରାଉଚରା କରିବା ସହିତ ସୁରଜିତଙ୍କ ସାକ୍ଷୀ, ସିସିଟିଭି ଫୁଟେଜ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଆଇପିସି ଧାରା ୩୦୨ ଅଧିନରେ ମାମଲା ରୁଜୁ କରି ବୋହୂ ଶର୍ମିଷ୍ଠାଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.