କଲିକତା: ରାଜଭବନ ନିକଟ ସରଫ୍‌ ଭବନରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଅଗ୍ନିଶମ ଗାଡ଼ି ନିୟୋଜିତ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ରାଜଭବନ ନିକଟ ସରଫ୍‌ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୋଠାର ଉପର ମହଲାରେ ନିଆଁ ଲାଗିଛି। ନିଆଁ ଲାଗିବା ମାତ୍ରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ରାଜଭବନ ନିକଟ ସରଫ୍‌ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୋଠାର ଉପର ମହଲାରେ ନିଆଁ ଲାଗିଛି। ନିଆଁ ଲାଗିବା ମାତ୍ରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ କୋଠାର ପ୍ରଥମ ମହଲାରୁ ପ୍ରବଳ ନିଆଁ ଉଠୁଥିବା ଦେଖାଯାଉଛି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ ନିଆଁ ଲାଗିବା ମାତ୍ରେ ବିଲ୍ଡିଂକୁ ତୁରନ୍ତ ଖାଲି କରି ଦିଆଯାଇଥିଲା। ସକାଳ ୧୦ଟା ୫ରେ ଡାଲହାଉସୀ ଅଞ୍ଚଳରେ ଥିବା ବିଲ୍ଡିଂରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଥିଲା।

ଅଧିକାରୀ କହିଛନ୍ତି, ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ସତର୍କତା ଭାବରେ ଆମେ କୋଠାକୁ ଖାଲି କରି ଦେଇଛୁ। ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚାଲିଛି। ପଶ୍ଚିମବଙ୍ଗ ସରକାରଙ୍କ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ୍‌ ବୋଷ କହିଛନ୍ତି, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୧୦ ଗାଡି ନିୟୋଜିତ ଅଛି। ଆମେ ଅଧିକ ଗାଡ଼ି ଡକାଇଛୁ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ।

ପଶ୍ଚିମବଙ୍ଗର ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ କହିଛନ୍ତି, ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଭଲ ଅଛି। ଆବଶ୍ୟକ ହେଲେ ରାଜ ଭବନ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି।