Below header

ଝାରସୁଗୁଡ଼ା ଉପନିର୍ବାଚନ; ଦିନ ୧ ଟା ସୁଦ୍ଧା ୪୧.୨୬ ପ୍ରତିଶତ ଭୋଟିଂ

ଝାରସୁଗୁଡ଼ାରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟଗ୍ରହଣ । ଦିନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ ହୋଇଥିଲା । ଦିନ ବଢ଼ିବା ସହ ବୁଥ୍‌ ମୁହାଁ ହେଉଛନ୍ତି ଭୋଟର ।

ଝାରସୁଗୁଡ଼ା (କେନ୍ୟୁଜ): ଭୋଟ୍‌ ଦେଉଛି ଝାରସୁଗୁଡ଼ା । କଡ଼ା ସୁରକ୍ଷା ଭିତରେ ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟଗ୍ରହଣ । ଦିନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ ହୋଇଥିଲା । ଦିନ ବଢ଼ିବା ସହ ବୁଥ୍‌ ମୁହାଁ ହେଉଛନ୍ତି ଭୋଟର । ଦୁଇଟି ପୋଲିଂ ବୁଥ୍‌ରେ ଇଭିଏମ ତ୍ରୁଟି ଦେଖା ଦେଇଥିଲା । ଖରା ତାତି ସତ୍ତ୍ୱେ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୋଲିଂ ବୁଥ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଭୋଟ ଦେବାକୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଝାରସୁଗୁଡ଼ାରେ ଯୁବ, ନୂଆ ଭୋଟରଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଝାରସୁଗୁଡ଼ାର ମୋଟ୍‌ ୨ଲକ୍ଷ ୨୧ ହଜାରରୁ ଅଧିକ ମତଦାତା । ମୋଟ୍‌ ୨୫୩ଟି ବୁଥ୍‌ରେ ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟ୍‌ ଗ୍ରହଣ । ମତଦାନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ସହ ୧୬ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି । ୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସହ ୮ ଫ୍ଲାଇଂ ସ୍କ୍ଵାଡ୍‌ ଅଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.