ବଜାରକୁ ଆସିଲା POCO ଏଫ ସିରିଜର F5, ୧୬ ତାରିଖରୁ ଇ-କମର୍ସ ପ୍ଲାଟଫର୍ମରେ ମିଳିବ ଏହି ଫୋନ

ଭାରତରେ ଲଞ୍ଚ ହୋଇଛି POCO F5 । ଏଫ ସିରିଜର ଏହା ସବୁଠୁ ଲାଟେଷ୍ଟ ଫୋନ । ଡଲବି ଭିଜନ ସପୋର୍ଟ ସହ 6.67 ଇଞ୍ଚର ଏଫଏଚଡି ଓଏଲଇଡି ଡିସପ୍ଲେ ରହିଛି । ଓଆଇଏସ ସପୋର୍ଟ ସହ ଏଥିରେ ୬୪ ମେଗାପିକ୍ସେଲର ରିଅର କ୍ୟାମେରା ରହିଛି । ୧୬ ତାରିଖରୁ ଏହା ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

କେନ୍ୟୁଜ୍‌(ବ୍ୟୁରୋ): ସ୍ମାର୍ଟଫୋନ ବଜାରରେ POCOର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସ୍ମାର୍ଟଫୋନ ୟୁଜରଙ୍କୁ ଦେଖିଲେ ଅଧିକାଂଶ POCOର ୟୁଜର ହୋଇଥାନ୍ତି । POCO ଲଭରଙ୍କ ପାଇଁ ଏକ ଖୁସି ଖବର ଆସିଛି । କମ୍ପାନୀ ପକ୍ଷରୁ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରାଯାଇଛି । ଭାରତରେ ଲଞ୍ଚ ହୋଇଛି POCO F5 । ଏଫ ସିରିଜର ଏହା ସବୁଠୁ ଲାଟେଷ୍ଟ ଫୋନ । ଏବେ ଆସନ୍ତୁ ନଜର ପକାଇବା ଏହାର କଣ ରହିଛି ଫିଚର ।

ଏଥିରେ ରହିଛି ଡଲବି ଭିଜନ ସପୋର୍ଟ ସହ 6.67 ଇଞ୍ଚର ଏଫଏଚଡି ଓଏଲଇଡି ଡିସପ୍ଲେ । ଏହାସହ ଏହାର 120Hz ରିଫ୍ରେସ ରେଟ ରହିଛି । ସେହିପରି 240Hz ଟଚ ସାମ୍ପ୍ଲିଂ ରେଟ ସହ 1920Hz ହାଇ ଫ୍ରିକ୍ୟୁଏନ୍ସି ପିଡବ୍ଲୁଏମ ଡିମିଂ ରହିଛି । ସେହିପରି ୧୦୦ ପ୍ରତିଶତ ଡିସିଆଇ-ପି3 କଲର ଗାମୁଣ୍ଟ ସହ 1000 ନିଟସ ପିକ୍‌ ବ୍ରାଇଟନେସ ରହିଛି । ଏହି ଫୋନର 2.2 ଏମଏମର ଅଲଟ୍ରା ନାରୋ ବଟମ ବେଜେଲ ରହିଛି । ଏହାସହ ଗରିଲା ଗ୍ଲାସ 5ର ପ୍ରୋଟେକ୍ଟସନ ରହିଛି ।

ଏହା ଭାରତର ପ୍ରଥମ ସ୍ମାର୍ଟଫୋନ ଯେଉଁଥିରେ ସ୍ନାପଡ୍ରାଗନ 7+ ଜେନ 2 ବ୍ୟବହାର ହୋଇଛି । ଏହାସହ Adreno 725 580MHz GPU ରହିଛି । ଏଥିରେ 12GB LPDDR5 RAM ସହ 256 ଜିବି ୟୁଏଫଏସ 3.1 ଇଣ୍ଟରନାଲ ଷ୍ଟୋରେଜ ରହିଛି । ଏମଆଇୟୁଆଇ 14 ସହ ଆଣ୍ଡ୍ରଏଡ 13 ଅପରେଟିଂ ସିଷ୍ଟମ ବ୍ୟବହାର ହୋଇଛି । ଏହି ଫୋନରେ 3725 ମିଲିମିଟର ସ୍କ୍ଵାୟାରର ଏକ ଭେପର କୁଲିଂ ଚାମ୍ବର ରହିଛି । ଏହାସହ ଏଥିରେ ୧୪ ଲେୟାରର ଗ୍ରାଫାଇଟ ସିଟ୍‌ କଭରିଂ ରହିଛି । ସେହିପରି ଏଥିରେ ଦୁଇଟି ନାନୋ ସିମ୍‌ ପୋର୍ଟ ରହିଛି ।

ଏବେ ନଜର ପକାଇବା ଏହାର କ୍ୟାମେରା ଫିଚର ଉପରେ । ଓଆଇଏସ ସପୋର୍ଟ ସହ ଏଥିରେ ୬୪ ମେଗାପିକ୍ସେଲର ରିଅର କ୍ୟାମେରା ରହିଛି । ଏହାସହ 2X ଲସଲେସ ଜୁମ ରହିଛି । ସେହିପରି 8 ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ କ୍ୟାମେରା ସହ 2 ମେଗାପିକ୍ସେଲ ମାକ୍ରୋ କ୍ୟାମେରା ରହିଛି । ଏହାସହ ଏଥିରେ ବିଭିନ୍ନ କ୍ୟାମେରା ମୋଡ ରହିଛି । ଯେପରିକି ଫିଲ୍ମ କ୍ୟାମେରା KG200, H-400, C-50D, KP160, KC64, FC400 ଓ V-250 । ଏଥିରେ 16 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି ।

ଏହି ଫୋନରେ ରହିଛି 5000 mAhର ବ୍ୟାଟେରୀ ବ୍ୟାକଅପ୍‌ । ଏହାସହ 67 ଓ୍ଵାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ସେହିପରି ଏହାର ପାର୍ଶ୍ୱରେ ଫିଙ୍ଗରପ୍ରିଣ୍ଟ ସେନସର ରହିଛି । ଏହାସହ 3.5 ଏମଏମ ଓଡ଼ିଓ ଜାକ, ଷ୍ଟେରିଓ ସ୍ପିକର, ଡଲବି ଏଟମ, ହାଇ ରେଞ୍ଜ ଓଡ଼ିଓ କ୍ଲାରିଫିକେସନ ରହିଛି । ଏଥିରେ ୟୁଏସବି ଟାଇପ-ସି ପୋର୍ଟ ବ୍ୟବହାର ହୋଇଛି । ଏହାସହ ବ୍ଲୁ ତୁଥ୍‌ 5.3ର ସପୋର୍ଟ ମିଳିବ ।

ଏବେ ଏହାର ଦାମ ଉପରେ ନଜର ପକାଇବା । ଏହା ତିନୋଟି ରଙ୍ଗରେ ବଜାରରେ ଉପଲବ୍ଧ ରହିଛି । କାର୍ବୋନ ବ୍ଲାକ, ସାଣ୍ଡଷ୍ଟ୍ରୋମ ହ୍ଵାଇଟ ଓ ଇଲେକ୍ଟ୍ରି ବ୍ଲୁ କଲର । ଏହାର 8ଜିବି RAM 256 ଜିବି ଭାରିଆଣ୍ଟର ଦାମ୍‌ ରହିଛି 29 ହଜାର 999 ଓ 12 ଜିବି RAM 256 ଜିବି ଭାରିଆଣ୍ଟର ଦାମ୍‌ ରହିଛି ୩୩ ହଜାର 999 । ଆସନ୍ତା ୧୬ ତାରିଖରୁ ଏହା ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.