ଅପରେସନ ପରେ ଡିଏସପିଙ୍କ ଗୋଡରୁ ବାହାରିଲା ଗୁଳି : ଏମ୍ସରେ ଡିଜି ବଂଶଲ
କଳାହାଣ୍ଡି ଜିଲ୍ଲାରେ ମାଓ ଅପରେସନରେ ଗୁରୁତର ସ୍ପେଶାଲ୍ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଡିଏସପି ଅତୁଲ୍ୟ କୃଷ୍ଣ ଦାସଙ୍କୁ ଭୁବନେଶ୍ୱର ଏମ୍ସରେ ଭେଟିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲାରେ ମାଓ ଅପରେସନରେ ଗୁରୁତର ସ୍ପେଶାଲ୍ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଡିଏସପି ଅତୁଲ୍ୟ କୃଷ୍ଣ ଦାସଙ୍କୁ ଭୁବନେଶ୍ୱର ଏମ୍ସରେ ଭେଟିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ତାଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା । ଏବେ ଭୁବନେଶ୍ୱର ଏମ୍ସରେ ଚାଲିଛି ଚିକିତ୍ସା । ଅପରେସନ୍ କରି ଗୋଡ଼ରୁ ଗୁଳି ବାହାର କରାଯାଇଛି । ଏବେ ବିପଦ ମୁକ୍ତ ଅଛନ୍ତି ଅତୁଲ୍ୟକୃଷ୍ଣ ଦାସ । ଗତକାଲି କଳାହାଣ୍ଡି ଜିଲ୍ଲା ଏମ. ରାମପୁର ତାପରଙ୍ଗ ଜଙ୍ଗଲରେ ପୋଲିସ ନକ୍ସଲ ଗୁଳି ବିନିମୟ ହୋଇଥିଲା । ଅତୁଲ୍ୟକୃଷ୍ଣ ଦାସଙ୍କ ଗୋ଼ଡରେ ବାଜିଥିଲା ଗୁଳି ।