ଗୋଟିଏ ଦୋସା ଖାଇ ଦୁଇଟି ଦୋସାର ବିଲ୍ ଦେଖି ଚକିତ ହେଲେ ଆଇପିଏସ ଅରୁଣ ବୋଥ୍ରା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା
ଠକାମୀର ଶିକାର ହେଲେ ଆଇପିଏସ ଅରୁଣ ବୋଥ୍ରା । ରେଷ୍ଟୁରାଣ୍ଟରେ ଗୋଟିଏ ଦୋସା ଖାଇ ଦୁଇଟି ଦୋସାର ବିଲ୍ ଦେଖି ଚକିତ ହୋଇଥିଲେ । ତେବେ ରେଷ୍ଟୁରାଣ୍ଟ କର୍ମଚାରୀ ପରେ ସଂପୂର୍ଣ୍ଣ ଘଟଣା ବିଷୟରେ କହିଥିଲେ ।
ଗୋଟିଏ ଦୋସା ଖାଇ ଦୁଇଟି ଦୋସାର ପଇସା ଦେଇଛନ୍ତି ଆଇପିଏସ ଅରୁଣ ବୋଥ୍ରା । ଯାହା ବିଷୟରେ ଟ୍ଵିଟ୍ କରି ଜଣାଇଛନ୍ତି ଅରୁଣ ବୋଥ୍ରା ।
ବୋଥ୍ରା କହିଛନ୍ତି, ସେ ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ସେଠାରେ ସେ ଗୋଟିଏ ଦୋସା ପାଇଁ ଅର୍ଡର ଦେଇଥିଲେ । ଆଉ ଗୋଟେ ଦୋସା ଖାଇ ବିଲ୍ ମାଗିଥିଲେ । ହେଲେ ବିଲ୍ରେ ଗୋଟେ ନୁହେଁ ଦୁଇଟି ଦୋସାର ପଇସା ପଡିଥିଲା । ଏହା ଦେଖିବା ପରେ ସେ ରେଷ୍ଟୁରାଣ୍ଟର ଷ୍ଟାଫଙ୍କୁ ଡାକି ପଚାରିଥିଲେ । କିପରି ସେ ଗୋଟିଏ ଦୋସା ଖାଇଥିବା ବେଳେ ଦୁଇଟି ଦୋସାର ବିଲ୍ ଦେବାକୁ ପଡିବ।
Went to a restaurant alone to have a dosa. Was puzzled to see the bill that mentioned two dosa.
On asking the waiter said one person sitting on other side took a masala dosa saying that he was accompanying me. He had left by the time bill came.
🙄🙄🙄
— Arun Bothra 🇮🇳 (@arunbothra) May 8, 2023
ରେଷ୍ଟୁରାଣ୍ଟଙ୍କ ଷ୍ଟାଫ କହିବାନୁଯାୟୀ, ଅରୁଣ ବୋଥ୍ରାଙ୍କ ନିକଟରେ ବସିଥିବା ଲୋକ ଖାଇଥିବା ଦୋସାର ବିଲ୍ ବୋଥ୍ରାଙ୍କ ବିଲ୍ରେ ପକାଇବା ପାଇଁ ବ୍ୟକ୍ତି ଜଣକ କହିଥିଲେ । ତେଣୁ କର୍ମଚାରୀଙ୍କ ଜଣକ ଭାବିଥିଲେ, ଦୁହେଁ ଏକାଠି ଆସିଛନ୍ତି, ଆଉ ସେଥିପାଇଁ ସେ ଦୁଇଟି ଦୋସାର ବିଲ୍ ଏକାଠି କରିଦେଇଥିଲେ । ଏହାକୁ ନେଇ ବୋଥ୍ରା ଟ୍ଵିଟରରେ ପୋଷ୍ଟ କରିଥିଲେ ।
Dear Mr Bothra
Next time kis restaurant mein ja rahe ho … bata dena please
Bahut din hue dosa nahi khaya 😊— KJS DHILLON🇮🇳 (@TinyDhillon) May 8, 2023
ତେବେ ଅରୁଣ ବୋଥ୍ରାଙ୍କ ଏହି ଟ୍ଵିଇଟ ଭାଇରଲ ହୋଇଥିଲା । ଏହି ଟ୍ଵିଟକୁ ୩ ଲକ୍ଷ ଥର ଦେଖିସାରିଲେଣି ୟୁଜର୍ସ । ୟୁଜର୍ସ ଏହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି ।