Below header

ଗିୟରଲେସ୍‌ ସ୍କୁଟର ଚଲାଇବା ବେଳେ ଏହି ଛୋଟ ଛୋଟ କଥାକୁ ଆଦୌ କରନ୍ତୁନି ଅଣଦେଖା, ରାସ୍ତା ମଝିରେ ହୋଇପାରନ୍ତି ହଟହଟା

ବର୍ତ୍ତମାନ ଲୋକମାନେ ବାଇକ ଅପେକ୍ଷା ଗିୟରଲେସ୍‌ ସ୍କୁଟର ଚଲାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଏହା ଚଲାଇବାକୁ ସୁବିଧା ହେଉଥିବାରୁ ଉଭୟ ମହିଳା ଓ ପୁରୁଷ ଏହାକୁ ଚଲାଉଛନ୍ତି। ଏଣୁ ଭାରତରେ ସ୍କୁଟରର ବିକ୍ରି ବାଇକର ବିକ୍ରିକୁ କଡ଼ା ଟକ୍କର ଦେଉଛି। ଏବେ ବଜାରରେ ନୂଆ ନୂଆ ଡିଜାଇନ୍‌ର ସ୍କୁଟର ଗଡ଼ୁଛି। କିନ୍ତୁ ଆମେ ପ୍ରାୟତଃ ସ୍କୁଟର ଚଲାଇବା ବେଳେ କେତେକ ଜରୁରୀ କଥାକୁ ଅଣଦେଖା କରିଦେଇଥାଉ, ଫଳରେ ବାହାରକୁ ଗାଡ଼ି ନେଇ ଯିବା ପରେ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେବେ ଆଜି ଆମେ ଆପଣଙ୍କୁ କେତେକ ଛୋଟ ଛୋଟ ଟିପ୍ସ ଦେବାକୁ ଯାଉଛୁ, ଯାହା ଆପଣଙ୍କ ରାଇଡିଂକୁ ଆହୁରି ମଜାଦାର କରିଦେବ…

Instructions For How To Ride a Scooter - Asia Exchange

-ଟୁ ହ୍ଵିଲର ଚଲାଇବା ବେଳେ ସବୁବେଳେ ହେଲମେଟ୍‌ ନିଅନ୍ତୁ। ତେବେ ଲୋକାଲ ଓ ଶସ୍ତା ହେଲମେଟ୍‌ଠାରୁ ଦୂରେଇ ରୁହନ୍ତୁ। କାରଣ ଏହା ଦୁର୍ଘଟଣା ବେଳେ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇପାରେ। ନିଜ ସାଇଜ୍‌ ଅନୁସାରେ ସବୁବେଳେ ହେଲମେଟ୍‌ କିଣନ୍ତୁ।

-ସ୍କୁଟର ଚଲାଇବା ବେଳେ ଯେତେବେଳେ ବି ବ୍ରେକ୍‌ ମାରୁଛନ୍ତି ଉଭୟ ବ୍ରେକ୍‌ର ବ୍ୟବହାର କରନ୍ତୁ। ଏହା ଦ୍ୱାରା ସ୍କୁଟର ସ୍ଲିପ୍‌ କରିନଥାଏ।

Driving Two Wheeler during Pregnancy - Precautions & Safety Tips

-ସ୍କୁଟର ଚଲାଇବା ବେଳେ ରାସ୍ତାକୁ ଦେଖି ସ୍ପିଡ ବଢ଼ାନ୍ତୁ। କାରଣ ଦ୍ରୁତ ଗତି ମହାବିପତ୍ତିର କାରଣ ସାଜିଥାଏ। ଏଣୁ ଗହଳି ସ୍ଥାନରେ ଧୀରେ ଧୀରେ ଗାଡ଼ି ଚଲାନ୍ତୁ।

-ସ୍କୁଟର ଚଲାଇବା ବେଳେ ସାମ୍ନାରେ ଯାଉଥିବା ଗାଡ଼ିଠାରୁ ଦୂରତା ବଜାୟ ରଖି ଚଲାନ୍ତୁ। ଯଦି ସେ ସଡନ୍‌ ବ୍ରେକ୍‌ ବି ମାରେ, ତେବେ ଆପଣ ନିଜକୁ କଣ୍ଟ୍ରୋଲ କରି ବ୍ରେକ୍‌ ମାରିପାରିବେ।

Bali Archives - Brendan van Son Photography

-ବର୍ଷା ପାଗରେ ସ୍କୁଟର ନେବା ବେଳେ ସତର୍କ ରୁହନ୍ତୁ। କାରଣ ବାଇକ ତୁଳନାରେ ସ୍କୁଟରର ଚକା ଛୋଟ ହୋଇଥାଏ ଓ ବର୍ଷାଦିନେ ରାସ୍ତା ଗାତରେ ଫସିଯିବା ସମ୍ଭାବନା ଥାଏ। ତେଣୁ ସତର୍କ ରହିବା ଜରୁରୀ।

-ସ୍କୁଟରକୁ ଠିକ୍‌ ସମୟରେ ସର୍ଭିସିଂ ପାଇଁ ନିଅନ୍ତୁ। ସର୍ଭିସିଂ ବେଳେ ଏୟାର ଫିଲ୍ଟରକୁ ସଫା କରିବା ଅଧିକ ଜରୁରୀ। କାରଣ ଏୟାର ଫିଲ୍ଟର ମଇଳା ଥିଲେ ଇଞ୍ଜିନ୍‌ ଜଲଦି ଖରାପ ହୋଇଯାଏ। ଏଣୁ ମାସକୁ ଥରେ ଏୟାର ଫିଲ୍ଟରକୁ ପରିଷ୍କାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.