Below header

ଆଇଆରସିଟିସିକୁ ଟ୍ଵିଟ କରିବା ମହିଳାଙ୍କୁ ପଡିଲା ଭାରି, ତୁରନ୍ତ ଖାଲି ହୋଇଗଲା ଆକାଉଣ୍ଟ !

କଣ ଆପଣ ବି କେବେ କୌଣସି ସମସ୍ୟା କାରଣରୁ ନିଜ ଟ୍ରେନ ଟିକେଟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି କି ଏବଂ ଆଇଆରସିଟିସିକୁ ଟ୍ୟାଗ୍‌ କରିଛନ୍ତି କି ତାହେଲେ ଏହି ଖବର ଆପଣଙ୍କ ପାଇଁ। ଆମେ ଆପଣଙ୍କୁ ଏଥିପାଇଁ ଏ ଖବର ଜଣାଉଛୁ କାରଣ ଏଇ ନିକଟରେ ହିଁ ଜଣେ ମହିଳାଙ୍କ ସହ ଯାହା ହେଲା ତାକୁ ଜାଣିଲେ ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳାଙ୍କୁ ଏତେ ଗଭୀର ଭାବରେ ଏହାପାଇଁ ସମସ୍ୟାକୁ ସାମ୍ନା କରିବାକୁ ପଡିଲା ଯେ ଆପଣ ବିଶ୍ୱାସ ବି କରିପାରିବେନି। ମହିଳାଙ୍କର ଗୋଟିଏ ଛୋଟିଆ ଭୁଲ ତାଙ୍କ ପାଇଁ ସଜା ହୋଇଗଲା। ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହା ବିଷୟରେ।

ସୋସିଆଲ ମିଡିଆରେ ସ୍କାମର୍ସ ମାନେ ବହୁତ ଆକ୍ଟିଭ ରହିଥାନ୍ତି ଏବଂ ୟୁଜର୍ସଙ୍କୁ ନିଜର ଟାର୍ଗେଟ ବନାଇବା ଅନବରତ ସନ୍ଧାନରେ ଥାଆନ୍ତି। ଆଉ ଯେତେବେଳେ ୟୁଜର ତାଙ୍କୁ ମିଳିଯିବେ ସେତେବେଳେ ସ୍କାମର୍ସ ତାଙ୍କ ଡିଟେଲ୍ସ ନେଇ ଆକାଉଣ୍ଟ ପର୍ଯ୍ୟନ୍ତ ଚାଲି ଯାଆନ୍ତି ଏବଂ ଆକାଉଣ୍ଟକୁ ତୁରନ୍ତ ହ୍ୟାକ୍‌ କରିଦିଅନ୍ତି। ଯାହା ଏହି ମହିଳାଙ୍କ ସହିତ ହେଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେଉଁ ମହିଳାଙ୍କ କଥା ଆମେ କହୁଛୁ ତାଙ୍କର ଗୋଟିଏ ଛୋଟିଆ ଭୁଲ କାରଣରୁ ସ୍କାମର୍ସଙ୍କ ସାମ୍ନା କରିବାକୁ ପଡିଗଲା। ଏବଂ ତାଙ୍କ ଆକାଉଣ୍ଟରୁ ୬୪ ହଜାର ଟଙ୍କା ରାଶି ତୁରନ୍ତ କଟିଗଲା।

ଯେଉଁ ମହିଳାଙ୍କ ବିଷୟରେ ଆମେ ଆପଣଙ୍କୁ କହୁଛୁ ତାଙ୍କୁ ନିଜର ଆରଏସି ଟିକେଟର ଅପଡେଟ ନେବା ଭାରି ପଡିଗଲା। ମହିଳା ଜଣକ ବାସ୍ତବରେ ନିଜ ଆରଏସି ଟିକେଟର ଡିଟେଲ୍ସକୁ ଟ୍ଵିଟରରେ ସେୟାର କରିଥିଲେ ଏବଂ ଆରସିଟିସିକୁ ଟ୍ୟାଗକ କରିଥିଲେ, କେବଳ ଏତିକି ନୁହେଁ ମହିଳା ଏହି ଡିଟେଲ୍ସ ସହିତ ନିଜର ମୋବାଇଲ ନମ୍ବର ମଧ୍ୟ ସେୟାର କରିଦେଇଥିଲେ। ଯାହାଫଳରେ ମହିଳାଙ୍କ ଆକାଉଣ୍ଟରୁ ୬୪,୦୦୦ ଟଙ୍କା ରାଶି ତୁରନ୍ତ ହିଁ କଟିଗଲା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏମଏମ ମିଣା ନାମକ ଏହି ମହିଳା ଜଣକ ନିଜର ଆଇଆରସିଟିସି େଓ୍ଵବସାଇଟରେ ୧୪ ଜାନୁଆରୀ ପାଇଁ ତିନିଟି ଟିକେଟ ବୁକ୍‌ କରିଥିଲେ। ଯଦିଓ ଟିକେଟ ଆରଏସି ହୋଇଗଲା। ମହିଳା ଆଇଆରସିଟିସିକୁ ଟ୍ୟାଗ କରି ଟିକେଟର ଅପଡେଟ ନେବା ପାଇଁ ଏକ ଟ୍ଵିଟ କଲେ। ବସ୍‌ ମହିଳାଙ୍କର ଏହି ଗୋଟିଏ ଭୁଲ କାରଣରୁ ସେ ସ୍କାମର୍ସଙ୍କ ଟାର୍ଗେଟକୁ ଆସିଗଲେ ଏବଂ ଟ୍ଵିଟ କରିବା ପରେ ମହିଳାଙ୍କ ୁ ଏକ ସ୍କାମ କଲ୍‌ ଆସିଲା।

ଏହି କଲରେ ସ୍କାମର୍ସ ନିଜକୁ ଆଇଆରସିଟିସିର କଷ୍ଟମର ସପୋର୍ଟ ଏକଜୁକୁଟିଭ୍‌ କହିବା ପରେ ଆରଏସି ଟିକେଟ କନଫର୍ମ କରିବା କଥା କହିଥିଲେ। ଏହାପରେ ମହିଳାଙ୍କୁ ଏକ ଲିଙ୍କ୍‌ ସେୟାର ପଠାଇଲେ ଏବଂ ଯେମିତି ହିଁ ମହିଳା ଡିଟେଲ୍ସ ଭରିଲେ ସ୍କାମର ତାଙ୍କୁ ଦୁଇ ଟଙ୍କା ଟ୍ରାନଜାକସନ୍‌ କରିବାକୁ କହିଲେ। ଦୁଇ ଟଙ୍କା ଟ୍ରାନଜାକସନର ତୁରନ୍ତ ପରେ ହିଁ ଆକାଉଣ୍ଟରୁ ୬୪,୦୧୧ ଟଙ୍କା କଟିଗଲା। ମହିଳାଙ୍କ ସହିତ ହୋଇଥିବା ଏହି ଠକାମିର ମାମଲା ଭିଲେ ପାର୍ଲେ ପୋଲିସ ରୁଜୁ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.