Below header

ସଭ୍ୟ ସମାଜର ଅସଭ୍ୟ ଚେହେରା, ୩ୟ ଶ୍ରେଣୀର ଛାତ୍ରୀଙ୍କୁ ସ୍କୁଲ୍ ପିଅନ କଲା ଦୁଷ୍କର୍ମ !

ଦିନକୁ ଦିନ ମଣିଷ ମାନବିକତା ହରାଇଚାଲିଛି। ଆପଣମାନେ ପ୍ରତିଦିନ ଦୁଷ୍କର୍ମ, ନିର୍ଯାତନା, ଅସଦାଚରଣ, ଭଳି ଖବର ଶୁଣୁଥିବେ କିମ୍ବା ଦେଖୁଥିବେ। ଏହା ମଧ୍ୟରେ ଶିଶୁମାନଙ୍କୁ ଦୁଷ୍କର୍ମ ଏବଂ ଅସଦାଚରଣ ମଧ୍ୟ ବଢି ବଢି ଚାଲିଛି। ସଭ୍ୟ ସମାଜର ଅସଭ୍ୟ ଚେହେରା ସାମ୍ନାକୁ ଆସୁଛି ।

ରାୟଗଡା(କେନ୍ୟୁଜ୍): ଦିନକୁ ଦିନ ମଣିଷ ମାନବିକତା ହରାଇଚାଲିଛି। ଆପଣମାନେ ପ୍ରତିଦିନ ଦୁଷ୍କର୍ମ, ନିର୍ଯାତନା, ଅସଦାଚରଣ, ଭଳି ଖବର ଶୁଣୁଥିବେ କିମ୍ବା ଦେଖୁଥିବେ। ଏହା ମଧ୍ୟରେ ଶିଶୁମାନଙ୍କୁ ଦୁଷ୍କର୍ମ ଏବଂ ଅସଦାଚରଣ ମଧ୍ୟ ବଢି ବଢି ଚାଲିଛି। ସଭ୍ୟ ସମାଜର ଅସଭ୍ୟ ଚେହେରା ସାମ୍ନାକୁ ଆସୁଛି । ଏମିତି ଏକ ଘଟଣା ଏବେ ପଦାକୁ ଆସିଛି ଯାହାକୁ ଶୁଣିଲେ ଉଠିଯିବ ମାନବିକତା ଉପରୁ ବିଶ୍ବାସ । ଘଟଣା ଏମିତି ଯାହା ଆପଣଙ୍କୁ ବାରମ୍ବାର ଭାବିବାକୁ ବାଧ୍ୟ କରିବ । ନିଜ କୁନି କୁନି ପିଲାଙ୍କୁ ବାହାରକୁ ବାହାର କରିବାକୁ ଆପଣ ଡରିବେ । ଏମିତି ଏକ ଛାତିଥରା ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡଂଗାସିଲ ଗ୍ରାମରେ ରହିଥିବା ଆଶ୍ରମ ବିଦ୍ୟାଳୟରେ ।

ଏହି ଅଭାବନୀୟ ଘଟଣା ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏହି ବିଦ୍ୟାଳୟର ନାବାଳିକା ଛାତ୍ରୀକୁ ବିଦ୍ୟାଳୟର ହିଁ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତା ଜଣଙ୍କ ତୃତୀୟ ଶ୍ରେଣୀର ଛାତ୍ରୀ । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ପ୍ରଥମେ ଡ଼ଙ୍ଗାସିଲ ମେଡିକାଲ ପରେ ରାୟଗଡା ଜିଲ୍ଲା ଚିକିତ୍ସାଲୟକୁ ସ୍ଥାନନ୍ତରଣ କରାଯାଇଛି । ରାୟଗଡା ମେଡିକାଲରେ ଛୁଆଟିର ଚିକିତ୍ସା ଚାଲିଛ । ଏପଟେ ପୋଲିସ ଅଭିଯୁକ୍ତ ପିଅନ ଶିବ ପ୍ରସାଦ ମିଶ୍ରଙ୍କ ସମେତ ୬ ଜଣଙ୍କୁ ପୋଲିସ ଅଟକ ରଖିଛି। ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ସହିତ ପୋଲିସ ୧୬୪ ବୟାନ ପାଇଁ ରାୟଗଡ଼ା ଅଣାଯାଇଛି। ରାୟଗଡା ଏସଡିପିଓ ତଦନ୍ତକୁ ଜୋରଦାର କରିଛନ୍ତି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲିଖିତ ହୋଇଛି । ଆଜି ପୀଡ଼ିତାଙ୍କ ଡାକ୍ତରୀ ମାଇନା ହେବ।

ଏପଟେ ଗତକାଲି ପିଅନକୁ ଗିରଫ କରିବାକୁ ଡଂଗାସିଲ ଆଶ୍ରମ ବିଦ୍ୟାଳୟରେ ପୋଲିସ୍ ପହଞ୍ଚିବା ପରେ ଗ୍ରାମବାସୀ ପୋଲିସକୁ ରୋକିଥିଲେ। ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ପରେ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ସୁଧାରିବାକୁ ଲୋକଙ୍କୁ ଘଉଡାଇଥିଲା । ଯାହାପରେ ଗ୍ରାମବାସୀ ଏଣେତେଣେ ଦୌଡିଥିଲେ। ଏହି ଘଟଣାଟି ପୋଲିସର ଏଯାଏ କିଛି ପ୍ରତିକ୍ରୀୟା ମିଳିପାରିନାହିଁ। ଗ୍ରାମରେ ଏବେ ବି ଉତ୍ତେଜନା ଲାଗି ରହିଛି। ଡଂଗାସିଲ ଫାଣ୍ଡିକୁ ଗ୍ରାମବାସୀ ଘେରାଉ କରି ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ଶହ ଶହ ଲୋକ ଡଂଗାସିଲ ଗ୍ରାମରେ ଏକତ୍ର ହୋଇ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.