Below header

ପ୍ରଥମେ ବାଇକ ସହ ଧକ୍କା ହେଲା ତାପରେ ବସ୍‌ ସାମ୍ନାକୁ ଆସିଗଲା, ତଥାପି ପିଲାଟି କେମିତି ବଞ୍ଚିଲା ଦେଖନ୍ତୁ ଚମତ୍କାର

ଚମତ୍କାର ଢ଼ଙ୍ଗରେ ଏବଂ ଭୟାନକ ଦୁର୍ଘଟଣା ଠାରୁ ରକ୍ଷା ପାଇଥିବା ଜଣେ ଛୋଟ ପିଲାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁ ଭିଡିଓକୁ ଯିଏ ଦେଖୁଛି ତାର ଆଖି ଖୋଲା ହିଁ ଖୋଲା ରହିଯାଉଛି। ବିଶ୍ୱାସ କରନ୍ତୁ ଭିଡିଓକୁ ଥରେ ଦେଖିବା ପରେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ନିଶ୍ଚୟ। ଭିଡିଓକୁ ଦେଖିବା ପରେ ଆପଣଙ୍କୁ ଲାଗିବ ଏହା ବୋଧହୁଏ କୌଣସି ଫିଲ୍ମର ସିନ୍‌। କିନ୍ତୁ କେରଳାର ଏହି ସିସିଟିଭି ଫୁଟେଜରେ ଆଖିକୁ ଚମକାଇଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଆପଣ ଏ ପିଲାଟିକୁ ଦେଖିଲେ ନିଶ୍ଚୟ କହିବେ ଭାଗ୍ୟ ଜୋର ନେଇକି ଆସିଛି। ଘଟଣା ଗତ ରବିବାର ସଂନ୍ଧ୍ୟା ବେଳର। କନ୍ନୁର ତାଲିପରମ୍ବା ପାଖରେ ଚୋରୁକଳାରେ ହୋଇଛି। ତେବେ ଆସନ୍ତୁ ଜାଣିବା ବାସ୍ତବରେ ଘଟଣାଟି କଣ ଥିଲା।

ସିସିଟିଭି ଫୁଟେଜରେ କେରଳରେ ସାମାନ୍ୟ ଟ୍ରାଫିକର ଏକ ସିଙ୍ଗଲ-ଲେନ ରାସ୍ତା ଦେଖାଯାଉଛି। ଅଚାନକ ସାଇକେଲ ଚଳାଇ ଜଣେ ଛୋଟ ପିଲାଟି ବହୁତ ଦୃତ ଗତିରେ ରାସ୍ତା ପାର ହେବାକୁ ଆସିଗଲା ଆଉ ଠିକ ଏହି ସମୟରେ ବାଇକ ଅରୋହୀ ଜଣଙ୍କ ପିଲାଟିକୁ ଜୋଦାର ଧକ୍କା ଦେଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବାଇକ ଅଟକିଲା ନାହିଁ ଏବଂ ସାଇକେଲ ଘଟଣାସ୍ଥଳରେ ହିଁ ପଡିଗଲା। କିନ୍ତୁ ସୌଭାଗ୍ୟବସତଃ ଏତେ ବଡ ଧକ୍କା ହେବା ପରେ ବି ପିଲାଟି ଯାଇ ପଡିଗଲା ରାସ୍ତା ସେପଟରେ। ଆଉ ପଛରୁ ଆସୁଥିବା ବସ୍‌ ଚକା ତଳେ ପିଲାଟି ବଦଳରେ ପିଲାଟିର ସାଇକେଲ ଦଳିଚକଟି ହୋଇ ଚୁରମାର ହୋଇଗଲା। ସୌଭାଗ୍ୟ ବସତଃ ପିଲାଟି ବସ୍‌ ତଳେ ଚାପି ହେବା ଠାରୁ ରକ୍ଷା ପାଇଗଲା।

ଭିଡିଓରେ ଦେଖିପାରୁଥିବେ ଯେ ଏକ ରାଜ୍ୟ ପରିବହନ ବସ, ଯାହାକି ମୋଟର ସାଇକେଲର ଠିକ ପଛରେ ଚାଲୁଥିଲା। ବସକୁ ବ୍ରେକ୍‌ ଲଗାଇବାକୁ ସମୟ ହିଁ ମିଳିଲାନି ଏବଂ ସାଇକେଲକୁ ପୁରା ଚୁରମାର କରିଦେଲା। ଭିଡିଓରେ ଦେଖିବାକୁ ମିଳୁଛି ଯେ ରାସ୍ତା କଡରେ ଛିଡା ହୋଇଥିବା ପିଲାଟି ଠିକଠାକ ଲାଗୁଥିଲା। ଆଉ କଣ ହଠାତ୍‌ ଏମିତି ଘଟିଗଲା ବାସ୍‌ ସେଇଟାକୁ ଦେଖୁଥିଲା।

ଭିଡିଓ ଦେଖିବା ପରେ ଲାଗୁଛି ଯେପରି ପିଲାଟି ସାଇକେଲ ଚଲାଉ ଚଲାଉ ନିୟନ୍ତ୍ରଣ ହରେଇ ବସିଲା ଏବଂ ବ୍ରେକ ଲଗାଇ ପାରିଲାନାହିଁ। ପିଲାଟି ଏକ ମାଟି ରାସ୍ତାରୁ ମେନ ରୋଡକୁ ଆସୁଥିଲା। ତେବେ ଏହି ସମୟରେ ଏତେ ବଡ ଦୁର୍ଘଟଣା ଘଟିଗଲା ଯେ କାହାର ଆଖିକୁ ବିଶ୍ୱାସ ହେଉନି ସତରେ କଣ ଏତେ ବଡ ଦୁର୍ଘଟଣା ଘଟିଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.