Below header

ଶବ ପାଖରେ ଛିଡା ହୋଇ ମା ଗାଉଛି ନିଜ ଗେହ୍ଲା ପୁଅର ପସନ୍ଦର ଗୀତ, ଯାହା ଆପଣଙ୍କୁ ବାଧ୍ୟ କରିଦେବ କାନ୍ଦିବାକୁ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଯିଏ କେହି ବି ଦେଖୁଛି ଭାବୁକ ହୋଇଯାଉଛନ୍ତି। ଏହି ଭିଡିଓରେ କିଛି ଏମିତି ଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ଭିଡିଓରେଦେଖିବାକୁ ମିଳୁଛି ଯେ ଜଣେ ମାଙ୍କ ସାମ୍ନାରେ ତାଙ୍କ ଭେଣ୍ଡିଆ ପୁଅର ଶବ ପଡିଛି। ନିଜ ପୁଅର ଶବ ପାଖରେ ଛିଡା ହୋଇ ଅଶ୍ରୁ ଭରା ଆଖିରେ ପୁଅ ପସନ୍ଦ କରୁଥିବା ଗୀତକୁ ଗାଉଛନ୍ତି। ଏହି ଭିଡିଓକୁ ଲୋକମାନେ ସୋସିଆଲ ମିଡିଆରେ ଖୁବ୍‌ ସେୟାର କରୁଛନ୍ତି ।

ଘଟଣାଟି ହେଉଛି ଛତିଶଗଡର ରାଜନନ୍ଦ ଗାଁର। ଗୀତ ଗାଇ ପୁଅକୁ ଅନ୍ତିମ ବିଦାୟ ଦେଉଥିବା ମା’ ଙ୍କ ନାମ ହେଉଛି ପୁନମ ବିରାଟ। ତାଙ୍କ ସ୍ୱାମୀ ଜଣେ ଲୋକପ୍ରିୟ ଗାୟକ। ପୁନମ ମଧ୍ୟ ଲୋକ କଳା ଜଗତର ବହୁ ପରିଚିତ। ୨ ନଭେମ୍ବରରେ ତାଙ୍କ ପୁଅ ସୁରଜର ହୃତଘାତରେ ନିଧନ ହୋଇଗଲା। ୩୦ ବର୍ଷର ଭେଣ୍ଡିଆ ପୁଅର ଶବ ପାଖରେ ଛିଡା ହୋଇ ପୁନମ ନିଜ ପୁଅର ଶେଷ ଇଚ୍ଛାକୁ ପୂରଣ କରୁଛନ୍ତି। ସୁରଜ ମଧ୍ୟ ଲୋକ କଳା ଜଗତର ବହୁତ ଜଣାଶୁଣା କଳାକାର ଥିଲେ। ସୁରଜଙ୍କର ଶେଷ ଇଚ୍ଛା ଥିଲା ଯେ ସେ ମା’ଙ୍କ କଣ୍ଠରୁ ତାଙ୍କ ପ୍ରିୟର ଗୀତ ଶୁଣିବେ।

ପୁଅର ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ମା’ ନିଜ ଧୈର୍ଯ୍ୟକୁ କାବୁ କରି ନିଜ ମଲା ପୁଅର ଶବ ପାଖରେ ଗୀତ ଗାଉଛନ୍ତି। ଏହି ସମୟରେ କେହି ଜଣେ ଏହି ପୂରା ଘଟଣାକୁ ରେକର୍ଡଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ। ବାସ୍‌ ଏହାପରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି ଏବଂ ସବୁ ଲୋକ ମା’, ପୁଅଙ୍କ ଏମିତି ଭଲପାଇବା ଏବଂ ଧୈର୍ଯ୍ୟକୁ ଦେଖି ସ୍ତବ୍ଧ ହୋଇଯାଉଛନ୍ତି।

ଏହାସହ ପଢନ୍ତୁ : ଅସରପାର ପୂରା ପରିବାରକୁ ଯୁବକଙ୍କ କାନରୁ ବାହାର କଲେ ଡାକ୍ତର, ଆଶ୍ଚର୍ଯ୍ୟ ନ ହୋଇ ପଢ଼ନ୍ତୁ ସମ୍ପୂର୍ଣ୍ଣ ଘଟଣା

ଭିଡିଓକୁ ଦେଖି ଲୋକମାନେ ବହୁତ ପ୍ରକାର ପ୍ରତିକ୍ରୀୟା ଦେଉଛନ୍ତି। ବହୁତ ଲୋକ ଏମିତି ଲେଖିଛନ୍ତି ଯ ଭଗବାନ ବି କେବେକେବେ ଏମିତି ସ୍ଥିତିକୁ ଦେଖିବା ପାଇଁ ବାଧ୍ୟ କରିଦିଅନ୍ତି ଯାହାକୁ ହୁଏତ କୌଣସି ମା ବାପା ଦେଖିବାକୁ ଚାହାନ୍ତିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.