Below header

ବୁଲା କୁକୁର ମୁଣ୍ଡରେ ପଶି ଯାଇଥିଲା ପ୍ଲାଷ୍ଟିକ୍‌ ଡବା, ଦେବଦୂତ ସାଜି ଜୀବନ ବଞ୍ଚାଇଦେଲେ ଦମ୍ପତି

ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଆମ ନିତିଦିନିଆ ରାସ୍ତା କଡରେ। ରାସ୍ତାରେ ବୁଲୁଥିଲା ଏକ ବୁଲା କୁକୁର ଟିକୁ। ଯାହା ବେକରେ ଏକ ପ୍ଲାଷ୍ଟିକ ଡବା ପଶି ରହିଥିଲା। ଏମିତି ସେ ପ୍ଲାଷ୍ଟିକ ଡବା କୁକୁର ବେକରେ ରହିଥିଲା ଯେ ନା ସେ କିଛି ଖାଦ୍ୟ ଖାଇ ପାରୁଛି ନା ପାଟି ଖୋଲି ତା କଷ୍ଟ ବଖାଣି ପାରୁଥିଲା।

ଭୁବନେଶ୍ୱର (କେନ୍ୟୁଜ୍‌): ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ପଶୁଙ୍କ ପ୍ରତି କ୍ରୁର ଆଚରଣ କରନ୍ତି। ଏହିଭଳି ଅନେକ ଖବର ମଝିରେ ମଝିରେ ସାମ୍ନାକୁ ଆସିଥାଏ। ତେବେ ମଣିଷର ଏଭଳି ଆଚରଣ ବେଳେବେଳେ ଏତେ ସୀମା ଟପିଯାଏ ଯେ ଶେଷରେ ନିରୀହ ପଶୁଟିର ଅକାଳରେ ପ୍ରାଣ ମଧ୍ଯ ଚାଲିଯାଇଥାଏ। ସେହିଭଳି ବେଳେବେଳେ ପଶୁ ପ୍ରତି ମଣିଷର ଅନାବିଳ ସ୍ନେହ ପ୍ରେମ ଓ ଭଲ ପାଇବାର ଦ୍ରୁଶ୍ଯ ମଧ୍ଯ ସାମ୍ନାକୁ ଆସିଥାଏ। ତେବେ ପୋଷା ପଶୁ ପକ୍ଷୀଙ୍କ କଥା ତ ଅଲଗା ହେଲେ ଭାବିଲେ ବାହାରେ ବୁଲୁଥିବା ଗାଈ, ଗୋରୁ,ବିଲେଇ, କୁକୁରଙ୍କ କଥା, ଏମାନଙ୍କ ଯଦି କିଛି ଅସୁବିଧା ହୁଏ ତେବେ ତାକୁ ସାମଧାନ କରିବା କଣ ଆମ ଦାୟିତ୍ବ ନୁହେଁ?

ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଆମ ନିତିଦିନିଆ ରାସ୍ତା କଡରେ। ରାସ୍ତାରେ ବୁଲୁଥିଲା ଏକ ବୁଲା କୁକୁର ଟିକୁ। ଯାହା ବେକରେ ଏକ ପ୍ଲାଷ୍ଟିକ ଡବା ପଶି ରହିଥିଲା। ଏମିତି ସେ ପ୍ଲାଷ୍ଟିକ ଡବା କୁକୁର ବେକରେ ରହିଥିଲା ଯେ ନା ସେ କିଛି ଖାଦ୍ୟ ଖାଇ ପାରୁଛି ନା ପାଟି ଖୋଲି ତା କଷ୍ଟ ବଖାଣି ପାରୁଥିଲା। ଆମେ ସମସ୍ତେ ସମାଜରେ ରହିଥିଲେ ବି ଆମର ସମସ୍ତଙ୍କର ନଜର କିନ୍ତୁ ଏସବୁ ଆଡକୁ ଯାଏନି। ତେବେ ଏକଥାକୁ କିନ୍ତୁ ନଜର କରିଥିଲେ ଜଣେ ମହିଳା। ସେ ଖବର କରିଥିଲେ ଦୁଇ ଜଣ ଦମ୍ପତିଙ୍କୁ ଯିଏ ବୁଲି ବୁଲି ଏହି ଅସହାୟ ଜୀବଜନ୍ତୁଙ୍କୁ ମରଣ ମୁହଁରୁ ବଞ୍ଚାଇ ନୂଆ ଜୀବନ ଦେଇଥାନ୍ତି।

couple

ଆଜିର ଯୁବପିଢ଼ି ମାନଙ୍କ ମଧ୍ଯରୁ କେତକଙ୍କ ମଧ୍ୟରେ ଦେଖା ଦେଇଛି ଏହିଭଳି ମନବୃତ୍ତି । ଯାହାଦ୍ବାରା ଅନେକ ପଶୁ ପକ୍ଷୀଙ୍କ ଜୀବନ ବଞ୍ଚି ପାରୁଛି। ଏହି ଦମ୍ପତିଙ୍କ ମଧ୍ୟରୁ ଯୁବକଙ୍କ ନାମ ରଶ୍ମୀ ରଞ୍ଜନ ସ୍ୱାଇଁ ହୋଇଥିଲା ବେଳେ, ମହିଳାଙ୍କ ନାମ ଡୁୱେଲ ଚକ୍ରବର୍ତ୍ତୀ। ଏମାନେ ଭୁବନେଶ୍ୱର ଓ ତାର ଆଖ ପାଖ ଉପକଣ୍ଠ ଅଂଚଳ ସାରା ବୁଲି ବୁଲି ପଶୁ ମାନଙ୍କୁ ଉଦ୍ଧାର କରି ସେମାନଙ୍କ ମୁହଁରେ ଲାଗିଥିବା ଡବା କାଟି ବାହାର କରନ୍ତି। ସେଦିନ ସେମିତି ଏକୁକୁର ଟିର ମୁହଁରେ ଲାଗିଥିବା ଡବା କୁ ବାହାର କରିବାକୁ ଅନେକ ସମୟ ଲାଗିଥିଲା। ଦେଖନ୍ତୁ ଏହି ଦମ୍ପତି ପ୍ରଥମେ କିଭଳି ଅସନା କଣ୍ଟା ବଣ ଭିତରେ ପଶି ଖାଲି ପାଦରେ ଯାଇ କୁକୁର ଟିକୁ ଆୟତ୍ତ କରୁଛନ୍ତି। ଯାହା ଏତେ ସହଜ କଥା ନୁହେଁ। ଦୀର୍ଘ ଦିନ ହେଲା ଅଖିଆ ଅପିଆ ରହି ଭୋକ, ଯନ୍ତ୍ରଣାରେ ଛଟପଟ ହେଉଥିବା କୁକୁରଟିର ମୁହଁରୁ ଡ଼ବାକୁ ବାହାର କରିବା ଆଉ ଏଭଳି ସମୟରେ କୁକୁରଟିର ସାମ୍ନାକୁ ଯାଇ ତାକୁ ଆୟତ୍ତ କରିବା ଭଳି ଦୁଃଶାଧ୍ୟ୍ୟ କାମ କରିବା ସମସଙ୍କୁ ଆଶ୍ଚର୍ଯ୍ଯ କରିଥିଲା।

ତେବେ ପାଟି ଫିଟୁ ନଥିବା ଏହି ନିରିହ ପଶୁଟିର ମୁହଁରେ ଡବାଟି ପଶି ଯାଇଥିଲେ ବି ତାକୁ କେହି ଟିକେ ସହଯୋଗ କରିବାକୁ ମନ ବଳାଇ ନଥିଲେ. ହେଲେ ଇଶ୍ୱର ଏହି ସ୍ୱାମୀ ସ୍ତ୍ରୀ ଙ୍କୁ ବୋଧେ ଏଥି ପାଇଁ ହିଁ ଜନ୍ମ ଦେଇଛନ୍ତି। କି ଡହଳ ବିକଳ ହେଉଥିଲା ସେ କୁକୁରଟି। ଜୀବନ ସହିତ ସଂଗ୍ରାମ କରୁଥିଲା ବଞ୍ଚିବା ପାଇଁ । ଶେଷରେ ଦେବଦୂତ ସାଜି ମୁହଁରେ ଥିବା ଡବାଟି ବାହାର କରି ଜୀବନ ବଞ୍ଚାଇ ଦେଇଥିଲେ ଏହି ଦମ୍ପତି। ଏଥି ପାଇଁ ଅନେକ ଅନେକ ଧନ୍ୟବାଦ ଏହି ଦମ୍ପତିଙ୍କୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.