ନମ୍ବର ପ୍ଲେଟର ଫଟୋ ଉଠାଇନେଇଛି କି ଟ୍ରାଫିକ୍‌ ପୋଲିସ୍‌, ତାହେଲେ ଚାଲାଣ କଟିଛି କି ନାହିଁ ୧ ମିନିଟରେ କରନ୍ତୁ ପତ୍ତା

ଯଦି କୌଣସି ବ୍ୟକ୍ତିଙ୍କର ପୋଲିସ ଫଟୋ ଉଠାଇନେଇଛି କିମ୍ବା ସେ କୌଣସି ଯାତାୟତ ନିୟମର ଉଲଙ୍ଘନ କରିଛନ୍ତି ତାହେଲେ ତାଙ୍କୁ ଏହା ଜାଣିବାକୁ ବହୁତ ଇଚ୍ଛା ଥାଏ ଯେ ଚାଲାଣ କଟିଛି ନା କଟିବାକୁ ଯାଉଛି । ଏପରି ସ୍ଥିତିରେ ଯଦି ଆପଣଙ୍କୁ ଏହା ଜାଣିବାର ଅଛି ପୋଲିସ ଯେଉଁ ଫଟୋ ଉଠାଇନେଇଛନ୍ତି, ତାପରେ ଆପଣଙ୍କ ଚାଲାଣ କଟିଛି ନା ନାହିଁ

ଗାଡି ଚଲାଇବା ସମୟରେ ସମସ୍ତଙ୍କୁ ଯାତାୟତ କରିବାର ନିୟମକୁ ମାନିବା ଉଚିତ । ଯାତାୟତ ନିୟମର ପାଳନ ନକଲେ କିମ୍ବା ନିୟମର ଉଲଙ୍ଘନ କଲେ ପୋଲିସ ଚାଲାଣ କାଟିଦିଏ । ଆଜିକାଲି ସମସ୍ତ ବଡ ବଡ ସହରରେ ସିସିଟିଭିର ସହାୟତା ନିଆଯାଉଛି ଏବଂ ଯାତାୟତ ନିୟମକୁ ଉଲଙ୍ଘନ କରୁଥିବା ଲୋକଙ୍କର ଇ-ଚାଲାଣ କଟା ଯାଉଛି । ଏହାବ୍ୟତୀତ ରାସ୍ତାରେ ଛିଡା ହୋଇଥିବା ପୋଲିସକର୍ମୀ ମୋବାଇଲ ଫୋନ୍‌ ଦ୍ୱାରା ବି ଫଟୋ ଉଠାଇ ଚାଲାଣ କାଟି ଦେଉଛନ୍ତି ।

ଏବେ ଯଦି କୌଣସି ବ୍ୟକ୍ତିଙ୍କର ପୋଲିସ ଫଟୋ ଉଠାଇନେଇଛି କିମ୍ବା ସେ କୌଣସି ଯାତାୟତ ନିୟମର ଉଲଙ୍ଘନ କରିଛନ୍ତି ତାହେଲେ ତାଙ୍କୁ ଏହା ଜାଣିବାକୁ ବହୁତ ଇଚ୍ଛା ଥାଏ ଯେ ଚାଲାଣ କଟିଛି ନା କଟିବାକୁ ଯାଉଛି । ଏପରି ସ୍ଥିତିରେ ଯଦି ଆପଣଙ୍କୁ ଏହା ଜାଣିବାର ଅଛି ପୋଲିସ ଯେଉଁ ଫଟୋ ଉଠାଇନେଇଛନ୍ତି, ତାପରେ ଆପଣଙ୍କ ଚାଲାଣ କଟିଛି ନା ନାହିଁ, ତାହେଲେ ଆମେ ଆପଣଙ୍କୁ ଏହାର ଏକ ଟ୍ରିକ୍ସ ବତାଇବୁ ଯାହାଦ୍ୱାରା ଆପଣ ଗୋଟେ ମିନିଟରୁ ବି କମ୍‌ ସମୟ ମଧ୍ୟରେ ନିଜ ମୋବାଇଲ ଫୋନ୍‌ ସାହାଯ୍ୟରେ ଏହା ଜାଣିପାରିବେ ।

ଜାଣନ୍ତୁ କେମିତି ପତ୍ତ ଲଗାଇବେ ଚାଲାଣ କଟିଛି ନା ନାହିଁ?
  • ଏହା ଜାଣିବା ପାଇଁ ଆପଣଙ୍କ ବାହନର ଚାଲାଣ କଟିଛି ନା ନାହିଁ, ପ୍ରଥମେ ଆପଣଙ୍କୁ echallan.parivahan.gov.in େଓ୍ଵବସାଇଟକୁ ଯିବାକୁ ହେବ ।
  • ତାପରେ”Get Challan Status” ଅପ୍ସନ ଉପରେ କ୍ଲିକ କରନ୍ତୁ ।
  • ଏଠାରେ ଦେଖାଯାଉଥିବା ଥ୍ରି ଡଟ୍‌ ମେନ୍ୟୁରେ ଆପଣଙ୍କୁ ଚାଲାଣ ନମ୍ବର, ବାହନ ନମ୍ବର ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ଅପ୍ସନ ମିଳିବ ।
  • ଏଥିମଧ୍ୟରୁ ଆପଣ ବାହନ ନମ୍ବର ଅପ୍ସନକୁ ଚୟନ କରନ୍ତୁ ଏବଂ ନିଜ ବାହନ ନମ୍ବର ଏଣ୍ଟର କରନ୍ତୁ ।
  • ଏହାବ୍ୟତୀତ ଚେଚିସ କିମ୍ବା ଇଞ୍ଜିନ ନମ୍ବରର ଲାଷ୍ଟ ୫ ଡିଜିଟ ଅକ୍ଷର ଭରନ୍ତୁ ।
  • ସ୍କ୍ରିନ ଉପରେ ଦିଆଯାଇଥିବା କାପ୍ଚା କୋଡ ଏଣ୍ଟର କରନ୍ତୁ ଏବଂ “Get Details” ଉପରେ କ୍ଲିକ କରନ୍ତୁ ।
  • ଯଦି ଆପଣଙ୍କର ଚାଲାଣ କଟିଥିବ ତାହେଲେ ତାହା ଆପଣଙ୍କ ସ୍କ୍ରିନ ଉପରେ ଆସିଯିବ ।
ଜାଣନ୍ତୁ ଚାଲାଣ କଟିଥିଲେ କେମିତି ଭରିବେ ଜରିମାନା

ଯେଉଁଠି ଆପଣ ଚାଲାଣର ବିବରଣୀ ପାଇବେ, ତାପାଖରେ ଆପଣଙ୍କୁ ପେମେଣ୍ଟ କରିବାର ଅପ୍ସନ ମଧ୍ୟ ଦେଖାଯିବ । ଆପଣଙ୍କୁ pay ଅପ୍ସନ ଦେଖାଯିବ । ତାଉପରେ କ୍ଲିକ କରନ୍ତୁ ଏବଂ ପେମେଣ୍ଟ ପାଇଁ ଜରୁରୀ ସୂଚନା ଭରନ୍ତୁ ଏବଂ ପେମେଣ୍ଟ କରିଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.