Below header

ମହିଳାଙ୍କ ଠାରୁ ଚୋର ଝାମ୍ପି ନେଲା ୩ ଲକ୍ଷ ଟଙ୍କା, ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଦୃଶ୍ୟ

ଚୋର ଝାମ୍ପି ନେଲେ ୩ ଲକ୍ଷ ଟଙ୍କା। ମହିଳାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଲୁଟେରା । ପୁରୀ ତାଳବଣିଆ ଥାନା ଅଧୀନ ମଧୁବନ ନିକଟରେ ଜଣେ ମହିଳାଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଲେ ୨ ଦୁବୃର୍ତ୍ତ । ଲୁଟ୍ ର ଶିକାର ହୋଇଛନ୍ତି ମଧୁବନ ଦ୍ଵିତୀୟ କେନ୍ଦ୍ରର ବିଚିତ୍ରା ବିଶ୍ୱାଳ ।

ପୁରୀ(କେନ୍ୟୁଜ୍):  ସାବଧାନ୍ ମାତିଛନ୍ତି ଲୁଟେରା। ଛକିଲେ, ଝାମ୍ପିଲେ, ଚମ୍ପଟ ମାରିଲେ। କିଛି ଏଭଳି ଭାବରେ ଲାଇଭ ଲୁଟର ଚିତ୍ର ପୁରୀ ସହରର ଜନଗହଳି ରାସ୍ତାରେ ଦେଖିବାକୁ ମିଳିଛି। ଚୋର ଝାମ୍ପି ନେଇଛନ୍ତି ନଗଦ ୩ ଲକ୍ଷ ଟଙ୍କା । ମହିଳାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଲୁଟେରା । ପୁରୀ ତାଳବଣିଆ ଥାନା ଅଧୀନ ମଧୁବନ ନିକଟରେ ଜଣେ ମହିଳାଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୨ ଦୁବୃର୍ତ୍ତ । ଲୁଟ୍ ର ଶିକାର ହୋଇଛନ୍ତି ମଧୁବନ ଦ୍ଵିତୀୟ ଲେନର ୫୦ ବର୍ଷିୟା ବିଚିତ୍ରା ବିଶ୍ୱାଳ । ତେବେ ଏହି ଲୁଟ୍ ସମୟର ଭିଜୁଆଲ୍ ଏବେ ପବନ ବେଗରେ ଭାଇରାଲ୍ ହେବାରେ ଲାଗିଛି ।

ଭିଜୁଆଲ୍ ରେ ଦେଖିବାକୁ ମିଳିଛି କି, ରାସ୍ତାଟି ବେଶ୍ ଜନଗହଳିପୂର୍ଣ୍ଣ ଲାଗୁଛି । ଅଲଗା ଗାଡି ମଟର ସବୁ ଯାଆସ ବି କରୁଛି । ସେହି ସମୟରେ ଏକ ଅଟୋ ଆସି ରାସ୍ତା ଉପରେ ଅଟକୁଛି । ସେଥିରୁ କିଛି ଯାତ୍ରୀ ଓହ୍ଲାଉଛନ୍ତି । ଠିକ୍ ଏତିକି ବେଳେ ମା ବିଚିତ୍ରା ଓ ପୁଅ ଚିତ୍ରସେନ ବିଶ୍ୱାଳ ଗୁଣ୍ଡିଚା ମନ୍ଦିର ନିକଟସ୍ଥ SBI ବ୍ୟାଙ୍କ୍ରୁ ଟଙ୍କା ଉଠାଇ ଘରକୁ ଫେରୁଛନ୍ତି ।

ବିଚିତ୍ରା ଟଙ୍କା ବ୍ୟାଗଟିକୁ ଜାବୁଡି ଧରିଛନ୍ତି କାଖ ପାଖରେ । ପୁଅ ଚିତ୍ରସେନ ବି ଏକ ଜରି ବ୍ୟାଗଟିକୁ ଧରିଛନ୍ତି । ଉଭୟ ମଧୁବନ ପ୍ରଥମ ଲେନ୍ ଅତିକ୍ରମ କରିବା ବେଳେ, ଚତୁରତାର ସହ କେମିତି ୨ଜଣ ଦୁବୃର୍ତ୍ତ ଏକ ବାଇକରେ ଆସି ବିଚିତ୍ରାଙ୍କ ହାତରୁ ଆଖି ପିଛୁଳାକେ ଟଙ୍କା ବ୍ୟାଗ୍ ଟିକୁ ଝାମ୍ପି ନେଉଛନ୍ତ ।
ଏଘଟଣା ପରେ ପୁଅ ଚିତ୍ରସେନ ଚୋରଙ୍କ ବାଇକ୍ ପଛେ ପଛେ ଦୌଡିବାକୁ ଲାଗିଥିଲେ । ହେଲେ ୨ ଲୁଟେରା ଫେରାର୍ ଘଟରାସ୍ଥଳରୁ ଫେରାର୍ ହେବାରେ ସଫଳ ହୋଇଗଲେ । ଏ ନେଇ ଥାନାରେ ଏକ ଅଭିଯୋଗ କରାଯାଇଛି।

ଅଭିଯୋଗ ପରେ ତାଳବଣିଆ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ସେହି ସ୍ଥାନରେ ଜଣେ ବ୍ୟକ୍ତିଙ୍କ ଘରର ସିସିଟିଭି କ୍ୟାମେରା ରେ ଲୁଟ୍ ଦୃଶ୍ୟ କଏଦ ହୋଇଥିଲା । ପୋଲିସ୍ ଏହି ସିସିଟିଭି ଫୁଟେଜ୍ ଜବତ କରିବା ସହ ଅଧିକ ତଦନ୍ତ କରୁଛି । ତେବେ ବିଚିତ୍ରା ତାଙ୍କ ଝିଅ ବାହାଘର ପାଇଁ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଏତିକିବେଳେ ୨ ଲୁଟେରା ତାଙ୍କ ବ୍ୟାଙ୍କ୍ ରୁ ଟାର୍ଗେଟ କରିଥିବା ଜଣାପଡିଛି । ତେବେ ଦର୍ଶକବନ୍ଧୁ ଅନୁରୋଧ କରିବୁ ଏତେ ଟଙ୍କା ଧରି ଯଦି କୁଆଡେ ଯାଆସ କରୁଛନ୍ତି ତେବେ ଟିକେ ତ ସତର୍କ ରୁହନ୍ତୁ । ନହେଲେ ବିଚିତ୍ରାଙ୍କ ଭଳି ଲୁଟ୍ ର ଶିକାର ହୋଇ ନିଜ କଷ୍ଟ ଅର୍ଜିତ ଧନକୁ ଆପଣଙ୍କୁ ବି ହରାଇବାକୁ ପଡିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.