ମଝି ଆକାଶରୁ ଫେରିଲା ବିମାନ, ଯାନ୍ତ୍ରିକରେ ତ୍ରୁଟି ଯୋଗୁ କଲା ଜରୁରୀ ଅବତରଣ

ମଝି ଆକାଶରୁ ଫେରିଲା ବିମାନ। ବିମାନର ଜରୁରୀ ଅବତରଣ। ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭୁବନେଶ୍ବର- ନୂଆଦିଲ୍ଲୀ ଇଣ୍ଡିଗୋ ବିମାନ।

ମଝି ଆକାଶରୁ ଫେରିଲା ବିମାନ। ବିମାନର ଜରୁରୀ ଅବତରଣ। ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭୁବନେଶ୍ବର- ନୂଆଦିଲ୍ଲୀ ଇଣ୍ଡିଗୋ ବିମାନ। ଉଡାଣର କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ତେଣୁ ଉଡାଣର ୨୫ ମିନିଟ ପରେ ବିମାନବନ୍ଦରକୁ ଫେରିଆସିଥିଲା ବିମାନ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ବିମାନରେ ପକ୍ଷୀ ମାଡ଼ ହେବାରୁ ଯାନ୍ତ୍ରିକ ତ୍ରୁଟି ଘଟିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.