Below header

କ୍ୟାଣ୍ଟିନରେ ୱେଟର ଆଉ ଘର ଘର ବୁଲି ପାଇପ୍‌ ଠିକ କରୁଥିବା ଦୟା ନାୟକ କେମିତି ହେଲେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଜାଣନ୍ତୁ

ଆଜି ଆମେ ଆପଣଙ୍କୁ ଜଣେ ଏମିତି ପିଲା ବିଷୟରେ ଜଣାଇବୁ, ଯିଏ ଟଙ୍କାର ଅଭାବ କାରଣରୁ ମାତ୍ର ୧୨ ବର୍ଷ ବୟସରେ ମୁମ୍ବାଇ ଆସିଗଲେ। ଯିଏ ପ୍ରଥମେ ଏକ କ୍ୟାଣ୍ଟିନରେ କାମ କଲେ, ଆଉ ପରେ ପ୍ଲମ୍ବର କାମ। ଏହାସହ ଆଗକୁ ଯାଇ ସେ ପୋଲିସ୍‌ ଫୋର୍ସରେ ଜଏନ୍‌ କଲେ। ଯେତେବେଳେ ସେ ପୋଲିସ ବାଲା ବନିଗଲେ ପୂରା ଅଣ୍ଡର ଓ୍ଵାଲର୍ଡ ତାଙ୍କ ନାଁ ଶୁଣି ବି ଥରି ଯାଉଥିଲେ। ଆମେ ଆପଣଙ୍କୁ କହୁଛୁ ଦୟା ନାୟକଙ୍କ କଥା। ଯାହାଙ୍କୁ ନେଇ ଅନେକ ଫିଲ୍ମ ଆଉ ସିରିୟଲ ବି ବନାଯାଇଛି।

ଦୟା ନାୟକଙ୍କ ଜନ୍ମ କର୍ଣ୍ଣାଟକର ଏକ ଛୋଟ ଗାଁରେ ହୋଇଥିଲା। ଯେତେବେଳେ ସେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ତାଙ୍କ ଘରେ ଖାଇବା ପାଇଁ ଟଙ୍କାଟିଏ ବି ନଥିଲା। ଯେଉଁ କାରଣରୁ ତାଙ୍କ ଘରଲୋକ ତାଙ୍କୁ ମୁମ୍ବାଇ ଟଙ୍କା ରୋଜଗାର କରିବାକୁ ପଠାଇଦେଲେ। ମୁମ୍ବାଇ ଆସି ସେ ଏକ କ୍ୟାଣ୍ଟିନରେ କାମ କଲେ, ଆଉ ଜଣେ ବର୍ଷ ବୟସର ଛୋଟ ପିଲା ପାଇଁ ଏହା ବହୁତ କଷ୍ଟକର ଥିଲା। ସେ ଦିନ ସାରା କ୍ୟାଣ୍ଟିନରେ କାମ କରୁଥିଲେ ଏବଂ ରାତିରେ କ୍ୟାଣ୍ଟିନ ବାହାରେ ହିଁ ଶୋଇଯାଉଥିଲେ। ଏଠାରୁ ସେ ୭୦୦ ଟଙ୍କା କମାଉଥିଲେ ଏବଂ ଏଥିରୁ ତାଙ୍କ ମାଆଙ୍କ ପାଖକୁ ୪୦୦ ଟଙ୍କା ପଠାଉଥିଶେଲ। କିନ୍ତୁ କାମ କରିବା ସହିତ ନିଜ ପାଠପଢ଼ାକୁ ବି ଜାରି ରଖିଲେ ଦୟା। ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ସେ କ୍ୟାଣ୍ଟିନ୍‌ କାମ ଛାଡିଦେଲେ ଆଉ ପ୍ଲମ୍ବର ସୁପରଭାଇଜର ଭାବେ କାମ କଲେ। ଯେଉଁଠି ତାଙ୍କୁ ମାସିକ ୩ ହଜାର ଟଙ୍କା ଦରମା ମିଳିଲା।

images ୧୯୯୫ରେ ତାଙ୍କୁ ପୋଲିସ ଚାକିରି ମିଳିଗଲା। ଆଉ ପୋଲିସ ଟ୍ରେନିଂ ସମୟରେ ୧୯୯୬ରେ ତାଙ୍କ ପୋଷ୍ଟିଂ ମୁମ୍ବାଇ ଜୁହୁ ପୋଲିସ ଥାନାରେ ହେଲା। ଆଉ ୩୧ ଡିସମ୍ବେରରେ ତାଙ୍କର ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ମୁହାଁମୁହିଁ ହେଲା। ଆଉ ସେ ସେହି ଦୁଇଜଣଙ୍କୁ ବହୁତ ବାହାଦୁରୀରର ସହ ସାମ୍ନା କଲେ। ଆଉ ସେହିଠାରେ ହିଁ ଦୁହିଁଙ୍କୁ ବନ୍ଧୁକ ମୁନରେ ମାରିଦେଲେ। ଏହାପରେ ତାଙ୍କୁ ପୋଲିସର ସ୍ପେଶାଲ ସ୍କ୍ଵାଡରେ ନିୟୋଜିତ ହେଲେ। ଯେଉଁ ସ୍କ୍ଵାଡ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରିବା କାମ କରୁଥିଲା। ସେଠାରେ ବି ବଡ ବାହାଦୁରୀରେ ଗ୍ୟାଙ୍ଗଷ୍ଟରଙ୍କ ସାମ୍ନା କଲେ। ଏହାପରେ ୧୯୯୭ରେ ତାଙ୍କର ସାମ୍ନା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ହେଲା। ଏହି ସମୟରେ ସେଠାରେ ବହୁତ ଲୋକ ମହଜୁଦ ଥିଲେ କିନ୍ତୁ ଦୟା ବହୁତ ବାହାଦୁରୀରେ ତାଙ୍କ ସାମ୍ନା କଲେ। ଆଉ ଏହି ଘଟଣାରେ ତାଙ୍କୁ ଦୁଇଟି ଗୁଳି ମଧ୍ୟ ବାଜିଲା, କିନ୍ତୁ ଆହତ ଅବସ୍ଥାରେ ବି ଦୟା ସେହି ଅପରାଧୀଙ୍କୁ ସେହିଠାରେ ହିଯଁ ଏନକାଉଣ୍ଟର କଲେ। ଏହାପରଠାର ଦୟା ନାୟକଙ୍କ ଭୟ ଅଣ୍ଡର ଓ୍ଵାଲର୍ଡରେ ବଢ଼ି ବଢ଼ି ଚାଲିଲା।

dnykଯେଉଁଠି ଦୟା ନାୟକ ଅଣ୍ଡର ଓ୍ଵାଲର୍ଡଙ୍କୁ ମାରି ଗଡାଉଥିଲେ, ସେହିପରି ଅନ୍ୟପଟେ ସେ ସମାଜ ପାଇଁ ଭଲ କାମ ମଧ୍ୟ କରୁଥିଲେ। ସେ ନିଜ ଗାଁରେ ନିଜ ମାଆ ରାଧା ନାୟକଙ୍କ ନାମରେ ଏକ ସ୍କୁଲ ବି ଖୋଲିଲେ। ଯାହାକୁ ପରେ ସରକାରଙ୍କୁ ହସ୍ତାନ୍ତର କରିଦିଆଗଲା। ଆଜି ବି ଏହି ସ୍କୁଲର ନାମ ରାଧା ନାୟକ ଗଭମେଣ୍ଟ ହାଇସ୍କୁଲ ରହିଛି। ଏହି ସ୍କୁଲ ପାଇଁ ସେ ବଲିଉଡ୍‌ ସେଲିବ୍ରିଟୀଙ୍କ ଠାରୁ ଡୋନେସନ୍‌ ନେଇଥିଲେ ଏବଂ ୨୦୦୦ ମସିହାରେ ଅଭିନେତା ଅମିତାଭ ବଚ୍ଚନ ଏହି ସ୍କୁଲର ଉଦଘାଟନ କଲେ। କୁହାଯାଏ ଜୀବନରେ ଖରାପ ସମୟ ପରେ ଭଲ ସମୟ ଆଉ ଭଲ ସମୟ ପରେ ଖରାପ ସମୟ ଆସିଥାଏ। ସବୁବେଳେ ଚର୍ଚ୍ଚାରେ ରହୁଥିବା ଦୟା ନାୟକଙ୍କ ବିରୁଦ୍ଧରେ ଜଣେ ସାମ୍ବାଦିକ ଅଭିଯୋଗ କଲେ ଯେ ଦୟା ନାୟକଙ୍କର ଅଣ୍ଡର ଓ୍ଵାଲର୍ଡଙ୍କ ସହ ଲିଙ୍କ୍‌ ରହିଛି ଏବଂ ସେ ତାଙ୍କ ଠାରୁ ଟଙ୍କା ଲାଞ୍ଚ ମଧ୍ୟ ନେଉଛନ୍ତି। ଏହାପରେ ଦୟା ନାୟକଙ୍କ ଉପରେ ଯାଞ୍ଚ ହେଲା।

ଆଉ ଆମେ ସମସ୍ତେ ଜାଣିଛନ୍ତି ଯେ ଜିତ୍‌ ସବୁବେଳେ ସତ୍‌ ର ହୋଇଥାଏ, ତେଣୁ ସେ ନିର୍ଦ୍ଦୋଶ ପ୍ରମାଣିତ ହେଲେ। ଆଉ ଏହାସହ ଅଭିଯୋଗ କରିଥିବା ସାମ୍ବାଦିକକୁ ପୋଲିସ ନିଜ ହେପାଜତକୁ ନେଇଗଲା। ଏହାପରେ ସବୁକିଛି ପୂର୍ବଭଳି ଚାଲିବାକୁ ଲାଗିଲା। ଏହାପରେ ଜାନୁୟାର ୨୧ ତାରିଖ ୨୦୦୬ରେ ଆଣ୍ଟି କରପସନ୍‌ ବ୍ୟୁରୋ ତାଙ୍କ ଘରେ ରେଡ ମାରିଲା। ଅେଉ ଏହାର ପରଦିନ ହିଁ ତାଙ୍କୁ ନିଲମ୍ବିତ କରିଦିଆଗଲା। ଏହାପରେ କର୍ଣ୍ଣାଟକରେ ତାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ସ୍କୁଲରେ ବି ଛାପା ମରାଗଲା। ଦୟା ସେତେ ପର୍ଯ୍ୟନ୍ତ ଗିରଫ ହୋଇନଥିଲେ, କିଛି ଅଫିସର କହିଲେ ଦୟା ଗିରଫ ହେବା ଭୟରେ ଫେରାର ଅଛନ୍ତି। କିନ୍ତୁ ଦୟାଙ୍କ ଅନୁସାରେ ସେ ଛୁଟିରେ ବାହାରକୁ ଯାଇଥିଲେ ଆଉ ଦୁଇ ଦିନ ପରେ ଦୟା ନିଜେ ପୋଲିସ ପାଖରେ ଆତ୍ମସମର୍ପଣ କଲେ। ଆଉ ଦୁଇ ମାସ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିଲେ।

unnamedଆଣ୍ଟି କରପସନ ବ୍ୟୁରୋଙ୍କୁ ତାଙ୍କ ପାଖରୁ ମୋଟ ୯୦ ଲକ୍ଷର ସମ୍ପତ୍ତି ମିଳିଲା କିନ୍ତୁ ଏହାପରେ ବି ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍‌ ଫାଇଲ୍‌ କଲେ। ଏହାପରେ ତାଙ୍କ ବିରୋଧରେ ଆହୁରି ଅନେକ ଅଭିଯୋଗ ଲଗାଗଲା। କିନ୍ତୁ ଯାଞ୍ଚ ପରେ ସବୁଥର ପରି ସେ ନିର୍ଦୋଶ ପ୍ରମାଣିତ ହେଲେ। ଆଉ ୨୦୧୦ରେ କୋର୍ଟ ତାଙ୍କ ବିରୁଦ୍ଧରେ ଲାଗିଥିବା ସବୁ ଅଭିଯୋଗକୁ ରଦ୍ଦ କରିଦେଲେ। ଏହାପରେ ୧୬ ଜୁନ୍‌ ୨୦୧୨ରେ ତାଙ୍କୁ ବାନ୍ଦ୍ରାରେ ପୋଷ୍ଟିଂ ମିଳିଲା ଏବଂ ୨୦୧୪ରେ ତାଙ୍କ ବଦଳି ନାଗପୁରକୁ କରିଦିଆଗଲା। କିନ୍ତୁ ଦୟା ସେଠାକୁ ଚାର୍ଜ ନେବାକୁ ପହଁଚି ହିଁ ନଥିଲେ, କାହିଁକିନା ଦୟାଙ୍କ ମୁତାବକ ତାଙ୍କୁ ଟ୍ରାନ୍ସଫର ଅର୍ଡର ମିଳିନଥିଲା। ଏହି କାରଣରୁ ତାଙ୍କୁ ପୁଣି ଥରେ ସସପେଣ୍ଡ କରିଦିଆଗଲା। ଏହାପରେ ତାଙ୍କର ଟ୍ରାନ୍ସଫର ଅର୍ଡରକୁ ଅଟକାଇଦିଆଗଲା ଏବଂ ତାଙ୍କୁ ପୁର୍ନବାର ମୁମ୍ବାଇରେ ହିଁ ପୋଷ୍ଟିଂ ଦିଆଗଲା। ଆଜିବି ଦୟା ନାୟକ ମୁମ୍ବାଇରେ ହିରୋଙ୍କ ଭଳି ନିଜ କାମ କରୁଛନ୍ତି ଆଉ ଅପରାଧ ବିରୁଦ୍ଧରେ ଲଢ଼େଇ କରୁଛନ୍ତି। ଯଦି ଆପଣ ବି ଦୟା ନାୟକଙ୍କ ବିରୁଦ୍ଧରେ କିଛି ଜାଣିଛନ୍ତି ତାହେଲେ ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.