Below header

ଭୁବନେଶ୍ବର: ଭାର୍ଗବୀ ନଦୀ ପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦେହସାରା ହଣାଦାଗ ଥିବାରୁ ହତ୍ୟା ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ):  ଧଉଳି ଥାନା ଅନ୍ତର୍ଗତ ସାରଦେଇ ପୁର ଡାକବଙ୍ଗଳା ନିକଟ ଭାର୍ଗବୀ ନଦୀ ପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଆଜି ଭୋର୍ ମିଳିଥିବା ମୃତ ଶରୀର କୁ ନେଇ ଧଉଳି ଥାନା ଅଞ୍ଚଳ ରେ ହଇଚଇ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ଆଜି ଭୋରରୁ ସାରଦେଇପୁର ଗ୍ରାମର କିଛି ଲୋକ ଭାର୍ଗବୀ ନଦୀକୁ ଶୌଚ ହେବାକୁ  ଯାଇଥିବା ବେଳେ  ଜଣେ ଯୁବକଙ୍କ ମୃତଦେହ ନଦୀ  ପଠାରେ ପଡିଥିବାର ଦେଖିଥିଲେ। ଯୁବକଙ୍କ  ମୁହଁ ଓ ଶରୀରସାରା ହଣା ଦାଗ ରହିଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଧଉଳୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତ ଯୁବକକୁ ଲୋକ ମାନଙ୍କ ମଧ୍ୟରେ ଚିହ୍ନଟ କରାଇଥିଲା ।

ସ୍ଥାନୀୟ କିଛି ଲୋକେ ଯୁବକଙ୍ ଚିହ୍ନିଥିବାର କହିଥିଲେ। ଯୁବକଙ୍କ ନାମ ଜଗନ୍ନାଥ ମହାରଣା ଓ ତାଙ୍କ ଘର ମୟୂରଭଞ୍ଜ କୋଦଳା ହୋଇଥିବା ବେଳେ ସେ ଧଉଳି ଛକ ନିକଟରେ ଭଡାକୁ ରହିଆସୁଥିବାର ଚିହ୍ନିଥିବା ସୂଚନା ଦେଇଥିଲେ। ଘଟଣା ସ୍ଥଳରୁ ପୋଲିସ୍ ଏକ ସ୍କୁଟର ଜବତ କରିଛି । ଯୁବକଙ୍କ କ୍ଷତ ବିକ୍ଷତ ଦେଖି ଏହା ଏକ ହତ୍ୟାକଣ୍ଡ ବୋଲି  ସହଜରେ ଅନୁମାନ  କରାଯାଇପାରୁଛି ।କିନ୍ତୁ କେଉଁ କାରଣରୁ ଯୁବକଙ୍କୁ ଏଭଳି ଆକ୍ରମଣ କରାଯାଇ ହତ୍ୟା କରାଯାଇଛି ଓ କେଉଁ ମାନେ ହତ୍ୟା କାଣ୍ଡ ଘଟାଇଛନ୍ତି  ତାହାର ତଦନ୍ତ ଜାରି ରଖିଛି ଧଉଳି ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.