Below header

ହ୍ରାଇଦାବାଦର କ୍ରମାଗତ ତୃତୀୟ ପରାଜୟ, ସନରାଇଜର୍ସଙ୍କ ୧୩ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଇଣ୍ଡିଆନ ପ୍ରିମିୟର ଲିଗର ଗତକାଲି ମ୍ଯାଚରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ହରାଇଛି। ଏହା ଚଳିତ ଆଇପିଏଲରେ ହାଇଦ୍ରାବାଦର ଲଗାତାର ତୃତୀୟ ପରାଜୟ। ହାଇଦ୍ରାବାଦର ମଧ୍ୟକ୍ରମ ମୁମ୍ବାଇ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିଛନ୍ତି। ଅନ୍ୟପଟେ ୧୫୦ ରନ କରି ବିପକ୍ଷ ଦଳକୁ ପୁଣି ଥରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ବୋଲରଙ୍କ ଶାଣିତ ବୋଲିଂ ଦମରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରି ତୃତୀୟ ମ୍ୟାଚ୍ରୁ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୦ ରନ କରିଥିଲା। ଦଳ ପକ୍ଷରୁ ଡିକକ୍ ସର୍ବାଧିକ ୪୦ ରନ କରିଥିବା ବେଳେ ପୋଲାର୍ଡ ୨୨ ବଲ୍ରୁ ଦ୍ରୁତ ୩୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ସନରାଇଜର୍ସ ହାଇଦ୍ରାବାଦ ଓପନରଙ୍କ ୬୭ ରନର ଭାଗିଦାରୀ ସତ୍ତ୍ଵେ ବି ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ଶୋଚନୀୟ ବ୍ୟାଟିଂ କାରଣରୁ ୧୯.୪ ଓଭରରେ ୧୩୭ ରନରେ ଅଲଆଉଟ୍ ହୋଇଛି।

୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦର ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଜୋନି ବେୟାରଷ୍ଟୋ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସନ୍ୟାନ ପ୍ରଥମ ଓ୍ଵିକେଟ୍ରେ ୭.୨ ଓଭରରେ ୬୭ ରନ ଯୋଡିଥିଲେ। ଜୋନି ବେୟାରଷ୍ଟୋ ୨୨ ବଲରେ ୪୩ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ। ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ୩୬ ରନ କରିଥିବା ବେଳେ ଶେଷ ଆଡକୁ ବିଜୟ ଶଙ୍କର ୨୮ ରନ କରିଥିଲେ। ମୁମ୍ବାଇ ପକ୍ଷରୁ ରାହୁଲ ଚହର ପୁଣି ଥରେ ଦମଦାର ବୋଲିଂ କରି ୩ ଓ୍ଵିକେଟ୍ ଏବଂ ଟ୍ରେଣ୍ଟ ବୋଲ୍ଟ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.