Below header

SAFF ଫୁଟବଲ ଚାମ୍ପିଅନସିପ୍ ପାଇଁ ପାକିସ୍ତାନ ଟିମକୁ ମିଳିଲା ଭିସା,  ଆସନ୍ତାକାଲି ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ ଭାରତ

SAFF ଫୁଟବଲ ଚାମ୍ପିଅନସିପରେ ଖେଳିବା ପାଇଁ ପାକିସ୍ତାନକୁ ଶେଷରେ ମିଳିଲା ଭିସା । ଜୁନ୍‌ ୨୧ ତାରିଖରେ ପାକିସ୍ତାନ ପ୍ରଥମ ମ୍ୟାଚ ଭାରତ ବିପକ୍ଷରେ ଖେଳିବ ।

ଭାରତରେ ଅନୁଷ୍ଠିତ ହେବାକୁ ଥିବା ସାଉଥ ଏସିଆନ ଫୁଟବଲ ଫେଡେରେସନ (SAFF)ଫୁଟବଲ ଚାମ୍ପିଅନସିପ୍ ପାଇଁ ପାକିସ୍ତାନ ଫୁଟବଲ ଦଳକୁ ଶେଷରେ ଭିସା ମିଳିଛି। ଜୁନ୍‌ ୨୧ ତାରିଖରେ ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବ ପାକିସ୍ତାନ । ତା’ ପୂର୍ବରୁ ଭାରତରେ ପହଞ୍ଚିଛି ଟିମ୍‌ । ଏହି ମ୍ୟାଚ୍ ଶ୍ରୀକାଣ୍ଟେରାଭା ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ରୁ ଖେଳାଯିବ।

ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତ କରୁଛି । ଭାରତ ସହିତ ପାକିସ୍ତାନ, କୁଏତ ଏବଂ ନେପାଳ ଟିମ୍‌ କୁ ଗ୍ରୁପ୍‌ ଏରେ ରଖାଯାଇଛି । ଗ୍ରୁପ୍‌ ବିରେ ବାଂଲାଦେଶ, ଲେବନାନ, ଭୁଟାନ ଏବଂ ମାଳଦ୍ବୀପ ଟିମ୍‌ ସାମିଲ ରହିଛି ।

ସୂଚନାଯୋଗ୍ୟ, ପାକିସ୍ତାନ ଟିମ୍‌ ରବିବାର ଦିନ ଭାରତ ଆସିବାର ଥିଲା କିନ୍ତୁ ଭିସା ମିଳିଲାନି ବୋଲି  ଟିମ୍‌ ଆସିପାରିନଥିଲା । ପାକିସ୍ତାନ ଟିମକୁ ସୋମବାର ସନ୍ଧ୍ୟାରେ ଭିସା ମିଳିଥିଲା । ତେଣୁ ଟିମ ଆଜି ଆସି ଭାରତରେ ପହଞ୍ଚିଛି ।

କେଏସଏଫଏର ଜଣେ ଅଧିକାରୀ କହିଛନ୍ତି, “ଆମେ ଜାଣିବାକୁ ପାଇଲୁ ଯେ ପାକିସ୍ତାନ ଦଳକୁ ଭିସା ମିଳିଛି। ଏହି  ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି କରାଯିବ ।

ତେବେ ଭାରତୀୟ ଫେଡେରେଶନ କହିଛି ଯେ, ପାକିସ୍ତାନ ଟିମ୍‌ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକୁ ଠିକ ସମୟରେ ଦାଖଲ କରି ନାହିଁ ବୋଲି ଭିସା ଦେବାରେ ବିଳମ୍ବ ହୋଇଥିଲା ।  ଏହାର ଫାଇନାଲ ମ୍ୟାଚ ଜୁଲାଇ ୪ ତାରିଖରେ ଖେଳାଯିବ ।

ତେବେ ଟିମ୍‌ ଇଣ୍ଡିଆ ଅଗଷ୍ଟରେ ପାକିସ୍ତାନ ସହିତ ଏସିଆ କପ୍‌ ଖେଳିବ । ଏହାର ଆରମ୍ଭ ୩୧ ଅଗଷ୍ଟରୁ ଆରମ୍ଭ ହେବ । ଫାଇନାଲ ମ୍ୟାଚ୍‌ ୧୭ ସେପ୍ଟେମ୍ବରରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ମୁକାବିଲା ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ ବାକି ୯ଟି ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ । ଭାରତର ସବୁ ମ୍ୟାଚ୍‌ ଶ୍ରୀଲଙ୍କାରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.