Below header

ପୁଣି ଆସିଛି ଅଗଷ୍ଟ ୧୫

ଭୁବନେଶ୍ୱର (କେନ୍ୟୁଜ୍‌) : ଦିନକ ପରେ ଦେଶ ପାଳନ କରିବ ୭୨ତମ ସ୍ୱାଧୀନତା ଦିବସ । ଚାରିଆଡ଼େ ଉତ୍ସାହ ଓ ପ୍ରସ୍ତୁତି ଚାଲିଛି । ରାଜଧାନୀ ମହାତ୍ମା ଗାନ୍ଧୀ ମାର୍ଗରେ ଶେଷ ହୋଇଛି ରାଜ୍ୟସ୍ତରୀୟ ପ୍ୟାରେଡ୍‌ର ରିହରସାଲ । ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାର୍ଚ୍ଚପାଷ୍ଟରେ ଭାଗ ନେବେ । ତା ସହିତ ରହିଛି ଡେୟାର ଡେଭିଲ୍‌ ସୋ । ବିଭିନ୍ନ ଜିଲ୍ଲାରେ ମଧ୍ୟ ଚାଲିଛି ଆୟୋଜନ । ଏପଟେ ରାଜଧାନୀ ରାଜରାସ୍ତା କଡ଼ରେ ଜମିଲାଣି ତ୍ରିରଙ୍ଗା ବ୍ୟବସାୟ । ଛୋଟରୁ ବଡ଼ ଅନେକ ଆକାରର ପତାକା ସଜେଇ ରଖା ଯାଇଛି । ପୁଣି ଜାତୀୟ ପତାକାରେ ରହିଥିବା ତିନି ରଙ୍ଗକୁ ନେଇ ରିବନ୍‌, ଟୋପି ଆଦି ବିଭିନ୍ନ ସାମଗ୍ରୀ ବିକ୍ରି ହେଉଛି । କୁନି ପତାକା ନେଇ କିଏ ଟେବୁଲରେ ସଜାଏ ତ ଆଉ କିଏ ଗାଡ଼ିରେ ଲଗାଇ ଦିଏ । ଆଉ କେହି ନିଜ ଛାତିରେ ମାରିଥାଏ ତ୍ରିରଙ୍ଗାର ଲୋଗୋ । ତେବେ ଠିକ୍‌ ଅଗଷ୍ଟ ୧୫ ଦିନ ଅପରାହ୍ନ ବେଳକୁ ଏସବୁ ଜିନିଷ ଆଖି ଆଗରୁ ଉଭେଇ ଯାଏ । ଆମ ଦେଶପ୍ରେମ ଯେମିତି କେବଳ ସେଇ ଦିନକ ପାଇଁ । ରାସ୍ତାରେ ଗଡୁଥାଏ ଏଭଳି ଅନେକ ତ୍ରିରଙ୍ଗା । ପବନରେ ଉଡ଼ି ଆମକୁ ଉପହାସ କରେ । ଆମର ଅନୁରୋଧ, ଏଭଳି କରୁଥିବା ବ୍ୟକ୍ତି ଜାଣତ ହେଉ କି ଅଜାଣତରେ ବଡ଼ ଭୁଲ କରି ବସନ୍ତି । ସେମାନେ ନିଜେ ସଚେତନ ରହିବା ସହିତ ଅନ୍ୟମାନଙ୍କୁ ବି ସଚେତନ କରନ୍ତୁ । କାରଣ ଇଏ ହେଉଛି ଆମ ଦେଶର ସମ୍ମାନ ଓ ମର୍ଯ୍ୟାଦାର ପ୍ରଶ୍ନ । ଯଦି ଆମେ ଆମ ଦେଶକୁ ବା ଜାତୀୟ ପତାକାକୁ ସମ୍ମାନ ନଦେବା ତେବେ ଅନ୍ୟ ଦେଶରୁ ଆସୁଥିବା କିମ୍ବା ଆମ ଉପରେ ଦୃଷ୍ଟି ରଖିଥିବା ଲୋକେ ଆମକୁ କେମିତି ସମ୍ମାନ ଦେବେ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.