ଚିଲିକାରେ ଓ୍ଵାଟର ଏରୋଡ୍ରମକୁ ବିରୋଧ

ଚିଲିକା : ଓ୍ଵାଟର ଏରୋଡ୍ରମକୁ ବିରୋଧ । ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ଏହାକୁ ବିରୋଧ କରିଛନ୍ତି । ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଚିଲିକାରେ ଓ୍ଵାଟର ଏରୋଡ୍ରମର ଆବଶ୍ୟକତା ନାହିଁ । ଏହା ଦ୍ୱାରା ଜୈବ ବିବିଧତା ନଷ୍ଟ ହେବ । ସେହିପରି ବିଧାୟକ ସଂଜୟ ଦାସବର୍ମା କହିଛନ୍ତି, ଏହା ଦ୍ୱାରା ଦୁଇ ଲକ୍ଷ ମତ୍ସ୍ୟଜୀବୀ ପରିବାର ଜୀବିକା ହରାଇବେ । ୩୭୫ ପ୍ରକାର ମାଛ ଓ ୨୩୦ ପ୍ରଜାତିର ପକ୍ଷୀ ଚିଲିକାରେ ଅଛନ୍ତି । ୧୭୦ଟି ଡଲଫିନ୍ ଓ ୧୫.୫ ଏକର ନଳବଣ ରହିଛି । ତେଣୁ ଏହା ଉପରେ କେନ୍ଦ୍ର ସରକାର ପୁନର୍ବିଚାର କରନ୍ତୁ ବୋଲି ସେ ଦାବି କରିଛନ୍ତି । ଚିଲିକାରେ ଓ୍ଵାଟର ଏରୋଡ୍ରମ୍ କରି ସି-ପ୍ଲେନ୍ ଚଳାଇବା ପ୍ରସ୍ତାବକୁ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି । ଏଥିପାଇଁ ଆବଶ୍ୟକ ଲାଇସେନ୍ସ ଓ ଅନ୍ୟ ପ୍ରକ୍ରିୟା କରିବାକୁ ରେଗୁଲେସନ୍ ଜାରି କରାଯାଇଛି । ଗତ ଜୁନ୍ ୧୪ ଓ ୧୫ ତାରିଖରେ ଚିଲିକାରେ ସି-ପ୍ଲେନ୍ ଉଡାଇବା ନେଇ ଏକ ଟିମ୍ ଫିଜିବିଲିଟି ଷ୍ଟଡି କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.