ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୧୫ତମ ଅଧିବେଶନ, ଗୃହରେ ଉଠିବ ନୂଆ ଓ ପୁରୁଣା ପ୍ରସଙ୍ଗ
ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୧୫ତମ ଅଧିବେଶନ। ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ। ଗୃହରେ ଉଠିବ ନୂଆ ଓ ପୁରୁଣା ପ୍ରସଙ୍ଗ। ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭାର ଏହା ଶେଷ ଅଧିବେଶନ ହୋଇଥିବାରୁ ଗୃହ ବେଶ ସରଗରମ ହେବ ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୧୫ତମ ଅଧିବେଶନ। ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ। ଗୃହରେ ଉଠିବ ନୂଆ ଓ ପୁରୁଣା ପ୍ରସଙ୍ଗ। ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭାର ଏହା ଶେଷ ଅଧିବେଶନ ହୋଇଥିବାରୁ ଗୃହ ବେଶ ସରଗରମ ହେବ ।
ଅନେକ ପ୍ରସଙ୍ଗକୁ ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ଉତଥାପନ କରିବା ସମ୍ଭାବନା ରହିଛି। ସେହିପରି ଶାସକ ବିଜେଡି ମଧ୍ୟ ବିରୋଧୀଙ୍କୁ ଜବାବ ଦେବାକୁ ରଣନୀତି ଦେବାକୁ ପ୍ରସ୍ତୁତ କରୁଛି। ଅନ୍ୟପଟେ ବିଧାନସଭାର ଶେଷ ଅଧିବେଶନକୁ ସୁରୁଖୁରରେ ଶେଷ କରିବା ଲାଗି ଆଜି ବସୁଛି ସର୍ବଦଳୀୟ ବୈଠକ। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯିବ। ଗୃହର ସୁପରିଚାଳନା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡିବେ ବାଚସ୍ପତି।
ସେପଟେ ନୂଆ ଓ ପୁରୁଣାର ଲମ୍ବା ପ୍ରସଙ୍ଗ ନେଇ ଅଧିବେଶନରେ ଶାସକ ଦଳକୁ ଘେରିବାକୁ ସଜବାଜ ଆରମ୍ଭ କରିଛନ୍ତି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ । ନିର୍ବାଚନ ପୂର୍ବରୁ ଏହା ଶେଷ ଅଧୁବେଶରେ ହୋଇଥିବାରୁ ଉଭୟ ଶାସକ ଓ ବିରୋଧୀ ଗୃହରେ ଆଗ୍ରେସିଭ ଭୂମିକାରେ ରହିବେ ବୋଲି ରାଜନୈତିକ ସମୀକ୍ଷକଙ୍କ ଆକଳନ କରିଛନ୍ତି ।