Below header

ରାଜନୈତିକ ହିଂସା, ଆକ୍ରମଣରେ ୪ ଗୁରୁତର

ପୁଣି ବାସୁଦେବପୁରରେ ଦେଖାଦେଲା ରାଜନୈତିକ ହିଂସା । ବିଜେପିରେ ମିଶିବାରୁ ପରିବାରକୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ କରାଯାଇଛି ।  ୩  ଜଣଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ବାସୁଦେବପୁର : ପୁଣି ବାସୁଦେବପୁରରେ ଦେଖାଦେଲା ରାଜନୈତିକ ହିଂସା । ବିଜେପିରେ ମିଶିବାରୁ ପରିବାରକୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ କରାଯାଇଛି ।  ୩  ଜଣଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଏଭଳି ଘଟଣା ଘଟିଛି ବାସୁଦେବପୁର ଥାନା ଗୁଆଗଡ଼ିଆ ପଂଚାୟତର ଚିରଳ ଗ୍ରାମରେ । ଗୁରୁତରମାନେ ହେଲେ ସେହି ଗ୍ରାମର ଉପେନ୍ଦ୍ର ମଲିକ, ପୁଷ୍ପାଞ୍ଜଳି ମଲିକ, ଲକ୍ଷ୍ମୀପ୍ରିୟା ମଲିକ, ଓ ସାମାନ୍ୟ ଆହତ ହେଇଛନ୍ତି ମାନସୀ ମଲିକ ।

ତେବେ ସେମାନେ 2 ଦିନ ତଳେ ଅନ୍ୟ ଦଳ ପରିତ୍ୟାଗ କରି ବିଜେପିର ପଂଚାୟତସ୍ତରୀୟ ନତୃତ୍ବଙ୍କ ସହ ଆଲୋଚନା କରି ବିଜେପି ଦଳରେ ମିଶିଥିଲେ । ସେମାନେ କାହିଁକି ବିଜେପିରେ ମିଶିଲେ ସେଥିପାଇଁ ଗତକାଲି ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରାଯାଇଥିଲା । ଏ ସମ୍ପର୍କରେ ପରିବାର ଲୋକ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.