Below header

ଡମ୍ଫର ଧକ୍କାରେ ନାବାଳିକା ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ କଲେ ସ୍ଥାନୀୟ ଲୋକେ

ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନହରା ଛକରେ ଦୁର୍ଘଟଣା। ସାଇକେଲରେ ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ଚଢିଗଲା ଡମ୍ଫର । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଜଳେଶ୍ୱର (କେନ୍ୟୁଜ): ଛାତ୍ରୀଙ୍କ ଉପରେ ଚଢିଗଲା ଡମ୍ଫର । ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନହରା ଛକରେ ଦୁର୍ଘଟଣା। ସାଇକେଲରେ ଘରକୁ ଫେରୁଥିବା ବେଳେ ଚଢିଗଲା ଡମ୍ଫର । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରଛନ୍ତି । ନହରା ଗ୍ରାମର ଅନୀତା ସେଠୀ ତାଙ୍କ ସାଙ୍ଗ ମାନଙ୍କ ସହ ସାଇକେଲରେ ଘରକୁ ଫେରୁଥିବା ବେଳେ ଚନ୍ଦନେଶ୍ଵର ପଟୁ ଜଳେଶ୍ଵର ଅଭିମୁଖେ ଆସୁଥିବା ଏକ ଡମ୍ଫର ଅନୀତାଙ୍କୁ ଧକ୍କା ଦେଇ ଚଢି ଯାଇଥିଲା ।

ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.