UPSC ରେ ସିକ୍ୟୁରିଟି ଅଫିସର ପଦବୀ ଖାଲି, ଆବେଦନ ଶୁଳ୍କ ମାତ୍ର ୨୫ ଟଙ୍କା

ୟୁପିଏସସି ଅଧିନରେ ଖାଲିପଡିଛି ୨୫୦ରୁ ଅଧିକ ପଦବୀ । ଗ୍ରାଜୁଏସନ କିମ୍ବା ପିଜି କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ ଶୁଳ୍କ ମାତ୍ର ୨୫ ଟଙ୍କା ।

ସରକାରୀ ଚାକିରି ଖୋଜୁଥିବା ପାଇଁ ଭଲ ଖବର । upsc ପକ୍ଷରୁ ନୋଟିଫିକେସନ ଜାରି ହୋଇଛି । ୟୁପିଏସପି ପକ୍ଷରୁ ବମ୍ପର ନିଯୁକ୍ତି ହେଉଛି । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଛି । ଏଥିପାଇଁ ଅଫିସିଆଲ ୱେବସାଇଟ୍‌ upsconline.nic.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୩ ଜୁଲାଇ ରହିଛି । ଏଠାରେ ୨୬୧ ପଦବୀ ଖାଲିପଡିଛି ।

ପଦବୀ ବିବରଣୀ : ୨୬୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୩ ଜୁଲାଇ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାରୁ ଗ୍ରାଜୁଏସନ/ପିଜି/ବିଇ/ବିଟେ/ଲ ଡିଗ୍ରୀ/ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୩୦ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗକୁ ନିୟମାନୁସାରେ ଛାଡ ଦିଆଯିବ ।

କେମିତି ହେବ ଚୟନ : ଏହି ପଦବୀ ପାଇଁ ଚୟନ ପରୀକ୍ଷା ଜରିଆରେ ହେବ । ଏହି ଆଧାରରେ ସର୍ଟଲିଷ୍ଟ ହେବା ପରେ ସାକ୍ଷାତକାର ପାଇଁ ଡକାଯିବ ।

ଆବେଦନ ଶୁଳ୍କ : ଏଠାରେ ଆବେଦନ କରିବା ପାଇଁ ମାତ୍ର ୨୫ ଟଙ୍କା ଦେବାକୁ ହେବ ।

ଏମିତି କରନ୍ତୁ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌କୁ ଯାଆନ୍ତୁ।

ତା’ ପରେ ହୋମ ପେଜ ଟାବରେ କ୍ଲିକ୍‌ କରନ୍ତୁ ।

ଏହାପରେ ସମ୍ବନ୍ଧୀୟ ଭର୍ତ୍ତି ଲିଙ୍କରେ କ୍ଲିକ୍‌ କରନ୍ତୁ ।

ଆବେଦନ ଶୁଳ୍କ ଭରିବା ପରେ ଫର୍ମ ସବମିଟ୍‌ କରନ୍ତୁ ।

ଏହାପରେ ଆବେଦନ ଫର୍ମ ଡାଉନଲୋଡ କରି ଭବିଷ୍ୟ ପାଇଁ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ ;

https://st.adda247.com/https://www.careerpower.in/blog/wp-content/uploads/2023/06/26163911/UPSC-Recruitment-2023-Notification-PDF.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.