Below header

ଫୁଲବାଣୀ ପୌରପରିଷଦ ନିର୍ବାଚନ ପାଇଁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର: ସ୍ବାଗତ କଲେ କର୍ମୀ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ନିର୍ବାଚନ ପାଇଁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର। ପ୍ରଥମ ଦିନରେ ସାଂସଦ ଡ. ସାମନ୍ତ ପୌର ପରିଷଦର ୱାର୍ଡ ନଂ ୪ର ଆମ୍ବେଦକର ସାହିର କାଉନସିଲର ପଦ ପାଇଁ ବିଜେଡି ପ୍ରାର୍ଥି ଲୋଚନ କହଁର, ୱାର୍ଡ ନମ୍ବର ୧୦ର କୁମ୍ଭାରପଡାର କାଉନସିଲର ପ୍ରାର୍ଥି ଜୟ ବେହେରା, ୱାର୍ଡ ନଂ ୧୧ ସାଲୁଙ୍କି ସାହିର ପ୍ରାର୍ଥି ଦାରୁଣ ବେହେରା ଓ ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷ ପଦ ପାଇଁ ପୁନମ୍‌୍‌ କହଁରଙ୍କ ପାଇଁ ୩ଟି ୱାର୍ଡ ବୁଲି ଭୋଟ ଭିକ୍ଷା କରିଛନ୍ତି। ସାସଂଦ ଡ. ସାମନ୍ତ ଭୋଟ ପ୍ରଚାରରେ ଯିବା ସମୟରେ ଭୋଟରମାନେ ବିଭିନ୍ନ ସ୍ଥାନରେ ତାଙ୍କୁ ଫୁଲତୋଡା ଓ ହୁଳହୁଳି ସହ ସ୍ୱାଗତ କରିଥିଲେ। ବିଭିନ୍ନ ୱାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ଓ ବିଭିନ୍ନ ଲୋକାଭିମୁଖି ଯୋଜନା ଗାଁ ଗାାଁରେ ପହଚିଁ ପରିଛି ବୋଲି ଅବଗତ କରିଥିଲେ ସାସଂଦ।

ପ୍ରଚାର ସମୟରେ ଫୁଲବାଣୀ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବିଜେଡି ଛାତ୍ର ସଭାପତି ସୁନିଲ୍‌୍‌ ସେଠୀ ଓ ଫୁଲବାଣୀ ପୈାରପରିଷଦର ଅଧ୍ୟକ୍ଷ ପ୍ରାର୍ଥି  ପୁନମ୍  କହଁର ଉପସ୍ଥିତ ଥିଲେ। କ୍ୟାମ୍ପେନିଂ ପାଇଁ ସମସ୍ତ କାଉନସିଲର ପ୍ରାର୍ଥି ସାଂସଦ ଡ. ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ବିଜେଡିର ସମସ୍ତ କାଉନ୍‌୍‌ସିଲର ଓ ଅଧ୍ୟକ୍ଷ ପଦ ଜିତିଲେ ଫୁଲବାଣୀ ସହର ଏକ ସୁନ୍ଦର ସହର ଗଢି ଉଠିବ ବୋଲି କହିଛନ୍ତି କନ୍ଧମାଳ ସାସଂଦ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.