Below header

ଢେଙ୍କାନାଳ: ବାତ୍ୟା ଫନିର ଅନେକ ଦିନ ପରେ ବି ଥମିନି ଦୁର୍ଦ୍ଦଶା

ଢେଙ୍କାନାଳ(କେନ୍ୟୁଜ୍): ବାତ୍ୟା ଫନିର ଅନେକ ଦିନ ପରେ ବି ଥମିନି ଦୁର୍ଦ୍ଦଶା । ଆଲୁଅ ନାହିଁ କି ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ। ଢେଙ୍କାନାଳ ଭୁବନ ବ୍ଲକ ଚଣ୍ଡିପାଳ ଗାଁର ନିମାଁଇ ବେହେରାଙ୍କ ପରିବାର ଏବେ ପର ବାରଣ୍ଡାରେ ଦିନ କାଟୁଛନ୍ତି । ୬ ପ୍ରାଣୀ କୁଟୁମ୍ବକୁ ଧରି ଚଳିବା ଏବେ ନିମାଇଁଙ୍କ ପାଇ କଷ୍ଟକର ହୋଇପଡ଼ିଛି । ବାରମ୍ବାର ଅଭିଯୋଗ ପରେ ଭୁବନ ରାଜସ୍ୱ ନିରୀକ୍ଷକ ପହଞ୍ଚି ତଦନ୍ତ କରିଛନ୍ତି, ହେଲେ ଥଇଥାନ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । କାମାକ୍ଷାନଗର ଉପଜିଲ୍ଲାପାଳ କହିଛନ୍ତି, ବାତ୍ୟାରେ ଭାଙ୍ଗିଥିବା ଘରର ତଦନ୍ତ ଚାଲିଛି । ତଦନ୍ତ ପରେ ଘର ଦିଆଯିବାର ବ୍ୟବସ୍ଥା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.