ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ହେଲେ ବିରୋଧୀ ଦଳ ନେତା

ଭୁବନେଶ୍ବର(କେନ୍ୟୁଜ୍) : କଳ୍ପନା ଯଳ୍ପନାର ଅନ୍ତ । ପ୍ରଦୀପ୍ତ ନାଏକ ହେଲେ ବିରୋଧୀ ଦଳ ତଥା ବିଜେପି ବିଧାୟକ ଦଳ ନେତା । ଏ ନେଇ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି । ଭବାନୀପାଟଣା ବିଧାୟକ ପ୍ରଦୀପ୍ତଙ୍କ ନାଁରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋହର ମାରିଥିବା ଅରୁଣ ସିଂହ ସୂଚନା ଦେଇଛନ୍ତି । ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା ହେବେ । ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ୨୩ଜଣ ବିଧାୟକ ବୈଠକକୁ ଆସିଥିଲେ । ହେଲେ ନେତା କିଏ ହେବେ ସେନେଇ ସେମାନେ କୌଣସି ନିଷ୍ପତ୍ତି ନେଇପାରିନଥିଲେ । ଅମିତ ଶାହଙ୍କ ଉପରେ ବିଧାୟକମାନେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.