Below header

ଥମୁନି ଡିଏଭି ସ୍କୁଲ୍‌ ଫି ବୃଦ୍ଧି ପ୍ରସଙ୍ଗ

ଭୁବନେଶ୍ବର(କେନ୍ୟୁଜ୍): ଥମୁନି ଡିଏଭି ସ୍କୁଲ୍‌ ଫି ବୃଦ୍ଧି ପ୍ରସଙ୍ଗ । ଏମସିଏଲ୍‌ କର୍ମଚାରୀ ପିଲାଙ୍କ ଫି ପ୍ରାୟ ୮ ଶହ ଟଙ୍କା ହୋଇଥିବା ବେଳେ ଅନ୍ୟ ପିଲାଙ୍କ ସ୍କୁଲ୍‌ ଫି ପ୍ରାୟ ୮ ହଜାର ଟଙ୍କା କରାଯାଇଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଗତ ୮ ତାରିଖରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବ୍ରଜରାଜନଗର ବିଧାୟକ ଏକ ସ୍କୁଲ କମିଟି ସହ ବୈଠକ କରିଛନ୍ତି । ସ୍କୁଲ ଫି କିପରି ହ୍ରାସ କରାଯିବ ଏବଂ ସାଧାରଣ ଓ ଏମସିଏଲ କର୍ମଚାରୀ ପିଲାଙ୍କ ସ୍କୁଲ ଫି ସମାନ ରଖାଯିବ ସେନେଇ ଆଲୋଚନା କରାଯାଇଛି । ସେପଟେ ଡିଏଭି ପବ୍ଲିକ୍‌ ସ୍କୁଲର ପ୍ରିନ୍ସପାଲ ଏକେ ମିଶ୍ର କହିଛନ୍ତି, ସ୍କୁଲ ଫି ବାବଦରେ ଆମେ ହସ୍ତକ୍ଷେପ କରିବୁ ନାହିଁ । ଏମସିଏଲର ନିଷ୍ପତ୍ତି କ୍ରମେ ସ୍କୁଲ ଫି ହ୍ରାସ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.