Below header

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ, କଡ଼ା ସୁରକ୍ଷା ବଳୟରେ ବିଧାନସଭା ଓ ଲୋୟର ପିଏମଜି

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅଧିବେଶନରେ ସରକାରୀ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ବିଜେଡି ଓ ବିଜେପି ମଧ୍ୟରେ ସଂପର୍କକୁ ଗୃହରେ ପ୍ରସଙ୍ଗ କରିବ କଂଗ୍ରେସ । ବେକାରୀ ସମସ୍ୟା ଠାରୁ ଆରମ୍ଭ କରି ଅଭାବୀ ଧାନ ବିକ୍ରି ପ୍ରସଙ୍ଗ ମଧ୍ୟ ଉଠାଇବ ବୋଲି ଦଳ କହିଛି । ସେହିପରି ବିଜେପି ଫନି ବାତ୍ୟା ପର ସ୍ଥିତିକୁ ନେଇ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛି । ଏହାସହ ବିଭିନ୍ନ ପ୍ରସଙ୍ଗରେ ଦଳ ପ୍ରଭାବୀ ଢଙ୍ଗରେ ସରକାରଙ୍କୁ ଘେରିବ ବୋଲି କହିଛି । ଅପରପକ୍ଷରେ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ବିଜେଡି ମଧ୍ୟ ପ୍ରସ୍ତୁତ । ଆସନ୍ତା ୨୭ ତାରିଖରେ ବିଧାନସଭା ଉପ-ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ୨୮ରେ ଆସିବ ରାଜ୍ୟ ବଜେଟ୍‌ । ଦୁଇଟି ପର‌୍ୟ୍ୟାୟରେ ଅଧିବେଶନ ବସିବ । ପ୍ରଥମ ପର୍ଯ୍ୟାୟ ଜୁନ୍‌ ୨୫ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଜୁଲାଇ ୧୨ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୮ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି ।policeବଜେଟ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବଳୟରେ ବିଧାନସଭା ଓ ଲୋୟର ପିଏମଜି। ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ବିଧାନସଭା ଅଧିବେଶନ ପାଇଁ ଗ୍ରହଣ କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ମୁତୟନ ହେବେ ୨୮ପ୍ଲାଟୁନ୍‌ ଫୋର୍ସ। ୯୦ଜଣ ବରିଷ୍ଠ ପୋଲିସ ଅଧିକାରୀ ଓ ସାଦା ପୋଷାକରେ ପୋଲିସ ସୁରକ୍ଷା ଉପରେ ନଜର ରଖିବେ। ତଦାରଖ ପାଇଁ ୩ଟି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସେହିପରି ସିସିଟିଭି ନଜରରେ ରହିଛି ବିଧାନସଭା ଓ ବିକ୍ଷୋଭସ୍ଥଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.