ଆଫଗାନିସ୍ତାନର ସପ୍ତମ ପରାଜୟ, ୬୨ ରନରେ ଜିତିଲା ବାଂଲାଦେଶ

ଆଜି ଆଇସିସି ବିଶ୍ବ କପ ୨୦୧୯ର ୩୧ତମ ମ୍ୟାଚ ସାଉଥମ୍ପଟନରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା । ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଫିଲଡିଂ କରିବାର ନିର୍ଣ୍ଣୟ ନେଇଥିଲା। ତେବେ ଟିମର ଏହି ନିଷ୍ପତ୍ତି ତାହା ଉପରେ ଭାରି ପଡିଥିବା ଜଣାପଡିଛି। ଅନେକ ଚେଷ୍ଟା ପରେ ମଧ୍ୟ ବାଂଲାଦେଶ ସାମ୍ନାରେ ୨୦୦ ରନରେ ହାର ମାନିଛି ଆଫଗାନିସ୍ତାନ। ବାଂଲାଦେଶ ନିର୍ଦ୍ଦାରିତ ଓଭରରେ ୭ ୱେିକେଟ ହରାଇ ୨୬୨ ରନ୍ କରିଥିଲା। ଯାହାର ପିଛା କରିବାକୁ ଯାଇ ଆଫଗାନିସ୍ତାନ ୪୭ ଓଭରରେ ୨୦୦ ରନ୍ କରି ସମସ୍ତ ଓ୍ବିକେଟ ହରାଇଲା।

ଆଉଟଫିଲ୍ଡ ଓଦା ଥିବାରୁ ଆଜି ମ୍ୟାଚ ୧୦ ମିନିଟ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ତେବେ ବାଂଲାଦେଶର ଅଲରାଉଣ୍ଡର ଖେଳାଳି ମୁସ୍କିକର ରହିମଙ୍କର ୮୩ରନ୍ ଏବଂ ସାକିବ୍ ଅଲ ହାସନଙ୍କର ୫୧ ରନ୍ ଦଳକୁ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା। ଲଗାତାର ୬ମ୍ୟାଚ ହାରୁଥିବା ଆଫଗାନିସ୍ତାନ ଟିମ୍ ସେମିଫାଇନାଲରୁ ଦୌଡରୁ ବାହାର ହୋଇସାରିଛି। କିନ୍ତୁ ଏହା ପରେ ମଧ୍ୟ ବିଗତ ମ୍ୟାଚରେ ଆଫଗାନିସ୍ତାନ ଭାରତକୁ କଡ଼ା ଟକ୍କର ଦେଖିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.