Below header

ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ଭାଙ୍ଗିବାକୁ ଜଗନ ମୋହନଙ୍କ ନିର୍ଦ୍ଦେଶ, ବିରୋଧୀ କଲେ ନିନ୍ଦା

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡଙ୍କ ପାଇଁ ଏବେ ଆନ୍ଧ୍ର ରାଜନୀତି ବେଶ୍ ସରଗରମ ହୋଇଛି। କାରଣ ପୁର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁଙ୍କ ବାସ ଗ୍‌ହ  ‘ପ୍ରଜା ବେଦିକା’କୁ ଭାଙ୍ଗିବା ପାଇଁ ଜଗନ ମୋହନ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଠାରୁ ଏହି ବିଲଡିଂ ଭାଙ୍ଗିବା କାମ ଆରମ୍ଭ ହେବ ବୋଲି ଜଣାପଡିଛି।ଏହା ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା ନେଇ ଟିଡିପିର ବରିଷ୍ଠ ନେତା ମାନେ ଅଭିଯୋଗ ଆଣିଛନ୍ତି। କିଛି ଦିନ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଜଗନ ମହୋନ ରେଡ୍ଡୀଙ୍କୁ ଚିଠି ଲେଖି ‘ପ୍ରଜା ଦେବିକା’କୁ ବିରୋଧି ଦଳ ନେତାଙ୍କ ସରକାରୀ ଆବାସ ଘୋଷଣା କରିବାକୁ ଦାବି କରିଥିଲେ ।ଏହି ବିଲଡିଂର ମୂଲ୍ୟ ପାଖାପାଖି ୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

jagan

ସୂଚନା ମୁତାବକ ଆନ୍ଧ୍ରସରକାର ଶନିବାର ଦିନ ଅମରାବତୀରେ ଥିବା  ଚନ୍ଦ୍ରବାବୁଙ୍କ ‘ପ୍ରଜା ବେଦିକା’କୁ ନିଜ ଅଧିନକୁ ନେଇଥିଲେ।ଏହକୁ ବିରୋଧ କରି ଟିଡିପି ଦଳ କହିଛି ଜଗନମୋହନ ପ୍ରତିଶୋଧ ପରାୟଣ ହୋଇପଡିଛନ୍ତି।  ପୂର୍ବତନ ମୁଖ୍ୟମନ୍ତ୍ରଙ୍କ ପ୍ରତି ସମ୍ମାନ ନଦେଖାଇ ତାଙ୍କ ବିରୋଧରେ ପ୍ରତିହିଂସା କରୁଛନ୍ତି। ତାଙ୍କ ଆସବାବପତ୍ର ସବୁକୁ ଘରୁ ବାହାରକୁ ଫିଙ୍ଗି ଦେଇଛନ୍ତି ଜଗନ ମୋହନ ସରକାର ଯାହା ଅତ୍ୟନ୍ତ ନିନ୍ଦନିୟ ଘଟଣା ବୋଲି ଟିଡିପି କହିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.