Below header

ପୁଣି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କେନ୍ୟୁଜ(ବ୍ୟୁରୋ): ପୁଣି ବ୍ୟାଙ୍କରୁ ଲୁଟ୍‌ । ୨୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଚୌକି ୟୁକୋ ବ୍ୟାଙ୍କ ଶାଖାରୁ ଲୁଟ୍‌ ନେଇ ଅଭିଯୋଗ ହୋଇଛି । ଆଜି ଅପରାହ୍ନ ୨ଟା ବେଳେ ଦୁଇଟି ବାଇକରେ ଆସିଥିଲେ ୬ ଜଣ ଦୁର୍ବୃତ୍ତ । ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ଏହାପରେ ଟଙ୍କା ଧରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ପୋଲିସ ଘଟଣାର ତନାଘନା ତଦନ୍ତ ଚଳାଇଛି । ଦୁର୍ବୃତ୍ତଙ୍କ ପତ୍ତା ପାଇପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.