ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି ଡିପ୍‌ ଡିପ୍ରେସନ, ୧୨ ଘଣ୍ଟାରେ ୱେଲମାର୍କଡ ଲୋ ପ୍ରେସରରେ ହେବ ପରିଣତ

କେନ୍ୟୁଜ (ବ୍ୟୁରୋ): ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି ଡିପ୍‌ ଡିପ୍ରେସନ । କାକିନାଡା ନିକଟରେ ସକାଳ ୬.୩୦ରୁ ୭ଟା ମଧ୍ୟରେ ଅତିକ୍ରମ କରିଛି । ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପୂର୍ବ ଦିଗରେ ଗତି କରୁଛି ଡିପ୍‌ ଡିପ୍ରେସନ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ କ୍ରମଶଃ ଗତି କରି ଆସନ୍ତା ୬ ଘଣ୍ଟାରେ ଏହା ଡିପ୍ରେସନରେ ଓ ଆଗାମୀ ୧୨ଘଣ୍ଟା ମଧ୍ୟରେ ଏହା ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେବ।

ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିବ । ପରେ ପବନର ବେଗ ହ୍ରାସ ପାଇବ। ଆଜି ଓ ଆସନ୍ତାକାଲି ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, ମାଲକାନଗିିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.