Below header

ବିଗ୍‌ବସ୍‌ରେ ପ୍ରଥମ ପ୍ରତିଯୋଗୀ ଭାବେ ଘରୁ ବିଦା ହେଲେ ସାରା ଗୁରପାଲ, ଏହି ସିନିୟର ନେଲେ ନିଷ୍ପତ୍ତି

ଟିଭିର ସବୁଠୁ ଚର୍ଚ୍ଚିତ ଶୋ’ ବିଗ୍‌ବସ୍‌ ଆରମ୍ଭ ହୋଇଯାଇଛି। କେବଳ ଆରମ୍ଭ ହୋଇନାହିଁ ଏହାର ପ୍ରଥମ ଓ୍ଵିକେଣ୍ଡ କା ଓ୍ଵାର ବି ଟିଭିରେ ଟେଲିକାଷ୍ଟ ହୋଇଛି। ଏଥିରେ ସଲମାନ୍‌ ଖାନ୍‌ ହୋଷ୍ଟ କରିବା ସହ ପ୍ରତିଯୋଗୀଙ୍କ ସହ ମସ୍ତି କରିଥିବା ଦେଖାଯାଇଛି। ତେବେ ସୋମବାର ଘରର ପ୍ରଥମ ପ୍ରତିଯୋଗୀ ଘରୁ ବିଦା ହୋଇଛନ୍ତି। ଚଳିତ ସିଜନ୍‌ର ପ୍ରଥମ ପ୍ରତିଯୋଗୀ ଭାବେ ସାରା ଘରୁ ବେଘର ହୋଇଛନ୍ତି।


ପଞ୍ଜାବୀ ଗାୟିକା ତଥା ଅଭିନେତ୍ରୀ ସାରା ଗୁରପାଲଙ୍କୁ ସୋମବାର ଘରୁ ବାହାର କରାଯାଇଛି। ଏଲିମିନେସନ୍‌ ରାଉଣ୍ଡରେ ତାଙ୍କୁ ସିନିଅରଙ୍କ ମତ ପରେ ବାହାର କରିଦିଆଯାଇଛି। ଚଳିତ ସପ୍ତାହରେ ଘରୁ କେଉଁ ପ୍ରତିଯୋଗୀ ବିଦା ହେବେ ସିନିଅରଙ୍କୁ ସେ ଦାୟିତ୍ୱ ଦିଆଯାଇଥିଲା। ଏ ଅବସରରେ ସିଦ୍ଧାର୍ଥ ଶୁକ୍ଲା ସାରାଙ୍କ ନାଁ, ହିନା ଖାନ୍‌ ଓ ଗୌହର ନିଶାନ୍ତଙ୍କ ନାଁ ନେଇଥିଲେ।


ସିନିୟରମାନେ କହିଥିଲେ ସାରା ଗୁରପାଲ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ନିଜ ପର୍ସନାଲିଟି ମାଧ୍ୟମରେ କାହାକୁ ଇମ୍ପ୍ରେସ୍‌ କରିପାରିନାହାନ୍ତି। ଏଥିସହ ସେ ନିଜକୁ ଶୋ’ରେ ଠିକ୍‌ ଭାବେ ଉପସ୍ଥାପନ କରିପାରିନାହାନ୍ତି। ସିଦ୍ଧାର୍ଥଙ୍କୁ ସମର୍ଥନ ଜଣାଇ ସମସ୍ତେ ସାରାଙ୍କୁ ଘରୁ ବାହାର କରିବା ପାଇଁ ରାଜି ହୋଇଥିଲେ। ଏହି କାରଣରୁ ତାଙ୍କୁ ବିଗ୍‌ ବସ୍‌ ଘରୁ ବାହାରିବାକୁ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.