Below header

ସାଉଦି ଆରବରେ ଏକ ବଡ଼ ସନ୍ଧାନ ! ମିଳିଲା ୧,୨୦,୦୦୦ ବର୍ଷର ପୁରୁଣା ମନୁଷ୍ୟ ପାଦଚିହ୍ନ

ଉତ୍ତର ସାଉଦି ଆରବର ଏକ ଅଗଭୀର ହ୍ରଦ ନିକଟରୁ ପାଖାପାଖି ୧ ଲକ୍ଷ ୨୦ ହଜାର ବର୍ଷର ପୁରୁଣା ମାନବ ପାଦଚିହ୍ନ ମିଳିଛି। ଏଥିରୁ ଅନୁମାନ କରାଯାଉଛି, ହୋମୋ ସେପିଏନ୍ସର ଏକ ସମୂହ ଖାଦ୍ୟ ଏବଂ ପାଣି ଅନ୍ୱେଷଣରେ ଏଠାରେ ଅଟକିଥିବେ। ଓଟ, ମଇଁଷି, ହାତୀ ଭଳି ବଡ଼ ପ୍ରାଣୀ ମଧ୍ୟ ଏହି ହ୍ରଦ ନିକଟକୁ ପାଣି ପିଇବା ପାଇଁ ଆସୁଥିବେ, କାରଣ ଏମାନଙ୍କର ବି ପାଦଚିହ୍ନ ଉକ୍ତ ସ୍ଥାନରୁ ଠାବ କରାଯାଇଛି।

ki

ବିଶେଷଜ୍ଞମାନଙ୍କ କହିବା ହେଲା, ଏହି ମଣିଷମାନେ ଏହି ସ୍ଥାନରେ ବଡ଼ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଶିକାର କରିଥିବେ। ସେମାନେ ଲମ୍ବା ସମୟ ଧରି ଏଠାରେ ରହି ନ ଥିବେ, ବରଂ ଏହି ସ୍ଥାନକୁ କେବଳ ପାଣି ପିଇବା ପାଇଁ ହିଁ ବ୍ୟବହାର କରୁଥିବେ ଏବଂ ପୁଣି ଏକ ଲମ୍ବା ଯାତ୍ରାରେ ବାହାରି ଯାଉଥିବେ।

hh

ସାଇନ୍ସ ଏଡଭାନ୍ସରେ ପ୍ରକାଶିତ ଏକ ଅଧ୍ୟୟନରେ ଗବେଷକମାନେ ଦାବି କରିଛନ୍ତି କି, ସାଉଦି ଆରବର ନେଫୁଡ ମରୁଭୂମିରେ ମିଳିଥିବା ଏହି ମାନବ ପାଦଚିହ୍ନରୁ ଅନୁମାନ ଲଗାଯାଇପାରିବ ଯେ ମଣିଷର ପୂର୍ବଜମାନେ ଆଫ୍ରିକାରୁ ବାହାରି ଦୁନିଆର ଅନ୍ୟ ସ୍ଥାନଗୁଡ଼ିକରେ କେଉଁ ରାସ୍ତାରେ ଯାଇଥିବେ। ଏହି ମରୁଭୂମିରେ ମଣିଷ ଏବଂ ଜୀବଜନ୍ତୁମାନଙ୍କ ରହିବା ଭଳି ଅନୁକୂଳ ପରିବେଶ ମିଳି ନ ଥିବ। କିନ୍ତୁ ବିଗତ ୧୦ ବର୍ଷର ଅଧ୍ୟୟନରୁ ଜଣାପଡିଛି, ଏମିତି ମାହୋଲ ସବୁବେଳେ ରହିନି ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ଅଞ୍ଚଳ ଆହୁରି ସବୁଜିମାରେ ଭରିଯାଇଛି। ବର୍ତ୍ତମାନ ଏହି ସ୍ଥାନରେ ଘାସ ବଗିଚା ଏବଂ ନଦୀ ଓ ହ୍ରଦରେ ତାଜା ପାଣି ଭରି ରହିଛି।

ju

ଜର୍ମାନୀର Max Planck Institute for Chemical Ecology ପେପରର ପ୍ରଥମ ଲେଖକ ମାଥୟୁ ଷ୍ଟିଭର୍ଟଙ୍କ କହିବା ହେଲା, ମଣିଷର ଏହି ପାଦଚିହ୍ନ ୨୦୧୭ରେ ଅଲାଥାର ହ୍ରଦ ପାଖରୁ ମିଳିଥିଲା। ଶହ ଶହ ପାଦଚିହ୍ନ ମଧ୍ୟରୁ ୭ ପାଦଚିହ୍ନ ହୋମିନିନ(ଆଧୁନିକ ମାନବ)ଙ୍କର ଥିଲା। ପାଦଚିହ୍ନ ବ୍ୟତୀତ ଏଠାରୁ ୨୩୩ ଜୀବାସ୍ମ ମଧ୍ୟ ମିଳିଥିଲା। ସାଉଦି ହେରିଟେଜ କମିଶନଙ୍କ କହିବା ଅନୁଯାୟୀ, ଏହି ସନ୍ଧାନ ଆରବରେ ମାନବ ଜୀବନର ସବୁଠାରୁ ପୁରୁଣା ଅସ୍ତିତ୍ୱର ପ୍ରଥମ ବୈଜ୍ଞାନିକ ପ୍ରମାଣ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.