Below header

ଭୁବନେଶ୍ଵରରେ ଆଜି ୨୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୫ ସୁସ୍ଥ

ଭୁବନେଶ୍ୱର (କେନ୍ୟୁଜ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୨୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮୯ ଜଣ ସଂଗରୋଧ ଓ ୧୯୨ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Image

ତେବେ ଏହି କରୋନା ରୋଗୀଙ୍କ ମଧ୍ୟରେ ପଟିଆରୁ ୭ ଜଣ, ଚିନ୍ତମଣିଶ୍ୱରରୁ ୬ ଜଣ, ଆଚାର୍ଯ୍ୟ ବିହାର, ଆଇଆରସି ଭିଲେଜ, ନିଳାଦ୍ରୀ ବିହାରରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରି, ୟୁନିଟ-୮ରୁ ୪-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁରରୁ ୯ ଜଣ, ବିଜେବି ନଗର, ଝାରପଡ଼ା, ଚିନ୍ତାମଣିଶ୍ୱରରୁ ୮ ଜଣ ଲେଖାଏଁ, ନୟାପଲ୍ଲୀରୁ ୭ ଜଣ, ବରମୁଣ୍ଡାରୁ ୬ ଜଣ, ଲକ୍ଷ୍ମୀସାଗର, ଶୈଳଶ୍ରୀ ବିହାରରୁ ୫-୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Image

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୬ ହଜାର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୨ ହଜାର ୫୨୫ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୩୪୮ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୨୨ ଜଣଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.