ଉତ୍ତର କୋରିଆ ଜନତାଙ୍କ ସାମ୍ନାରେ ଭାବୁକ ହୋଇ କାନ୍ଦି ପକାଇଲେ କିମ୍‌ ଜୋଙ୍ଗ ଉନ୍‌, ମାଗିଲେ କ୍ଷମା

ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜ ଦେଶର ଲୋକଙ୍କୁ କ୍ଷମା ମାଗିଛନ୍ତି। ଏ ଅବସରରେ ସେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। କିମ୍‌ ଜନତାଙ୍କୁ କହିଛନ୍ତି କରୋନା ମହାମାରୀ ବେଳେ ସେ ନିଜ ଦେଶର ଲୋକଙ୍କ ସହ ଠିଆ ହୋଇପାରିନଥିଲେ। ଏଣୁ ସେ ଖୁବ୍‌ ଦୁଃଖିତ। ଏଣୁ ହାତ ଯୋଡ଼ି କ୍ଷମା ମାଗିଛନ୍ତି ଟ୍ରମ୍ପ। ନିଜ ପାର୍ଟିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ କିମ୍‌ ଜୋଙ୍ଗ ଭାବୁକ ହୋଇପଡ଼ିଥିଲେ।

କିମ୍‌ ଜୋଙ୍ଗ ନିଜ ଭାଷଣ ବେଳେ ମାନିଥିଲେ ଯେ ସେ ଉତ୍ତର କୋରିଆର ଲୋକଙ୍କ ବିଶ୍ୱାସ ଜିତିପାରିଲେ ନାହିଁ ଏଣୁ ସେ କ୍ଷମା ମାଗୁଛନ୍ତି। ଏତିକି କହିବା ବେଳେ କିମ୍‌ ନିଜ ଚଷମା ବାହାର କରି ଲୁହ ପୋଛିଥିଲେ। ସେ ନିଜ ପୂର୍ବପୁରୁଷଙ୍କ ମହାନ୍‌ କାମକୁ ମନେ ପକାଇ କହିଛନ୍ତି ଯଦିଓ ମୋତେ ଦେଶ ସମ୍ଭାଳିବାକୁ ଦାୟିତ୍ୱ ମିଳିଛି ତଥାପି ମୁଁ ନିଜ ଉଦ୍ୟମ ବଦଳରେ ଲୋକଙ୍କ ସମସ୍ୟାକୁ କମ୍‌ କରିବାରେ ଶତ ପ୍ରତିଶତ ସଫଳ ହୋଇନାହିଁ।

kim2

ଭାବୁକତାପୂର୍ଣ୍ଣ ଭାଷଣରେ କିମ୍‌ ଜୋଙ୍ଗ ଉନ୍‌ କହିଛନ୍ତି କରୋନା ଯୋଗୁ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି। ସେ ଦକ୍ଷିଣ କୋରିଆ ସହ ସମ୍ପର୍କକୁ ମଧୁର କରିବାକୁ ଇଚ୍ଛା ଜାହିର କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ ବିଭିନ୍ନ ମିସାଇଲର ପ୍ରଦର୍ଶନ କରିଥିଲେ। ମିସାଇଲ ମେଳାରେ ସେ ହ୍ଵାସଙ୍ଗ-୧୫ ମିସାଇଲ ପ୍ରଦର୍ଶିତ କରିଥିଲେ। ଏହି ମିସାଇଲ ଆମେରିକାର ଯେକୌଣସି ସହରକୁ ସହଜରେ ଆକ୍ରମଣ କରିବାକୁ ସମର୍ଥ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.